25.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶବଢୁଛି ଟ୍ରେନି ଆଇଏଏସ୍ ପୂଜା ହେଡକରଙ୍କ ଅଡୁଆ

ବଢୁଛି ଟ୍ରେନି ଆଇଏଏସ୍ ପୂଜା ହେଡକରଙ୍କ ଅଡୁଆ

ନୂଆଦିଲ୍ଲୀ: ପ୍ରୋବେସନ ପିରିୟଡରୁ ଚାକିରିରୁ ବିଦା ହୋଇପାରନ୍ତି ମୁମ୍ବାଇର ବହୁଚର୍ଚ୍ଚିତ ଆଇଏଏସ ଅଫିସର ପୂଜା ଖେଡ଼କର । ତାଲିମ ସମୟରେ ଦାମି ଡିମାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆସରିଛି । ଏହାବାଦ ସେ କିଛି ନକଲି ସାର୍ଟିଫିକେଟ ଦେଇଥିବା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଯଦି ଉକ୍ତ ସାର୍ଟିଫିକେଟ ଗୁଡ଼ିକ ନକଲି ବୋଲି ପ୍ରମାଣିତ ହୁଏ ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି । ଯାହାକୁ ନେଇ ପୂଜାଙ୍କ ମୁସ୍କିଲ ବଢିବାରେ ଲାଗିଛି । ୟୁପିଏସସି ସିଭିଲ ସେବା ପରୀକ୍ଷା ଚୟନ ବେଳେ ସେ ପଛୁଆ ବର୍ଗ ଓ ବିକଳାଙ୍ଗ ସମ୍ବନ୍ଧିତ କୋଟା ପାଇବା ଲାଗି କିଛି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ । ଆଇଏଏସ ଭାବେ ତାଙ୍କ ଚୟନ ହେବା ପରେ ତାଙ୍କ ବିରୋଧରେ ଏପରି ଅଭିଯୋଗ ରହିଛି । ସେ ଦାଖଲ କରିଥିବା ସମସ୍ତ ସାର୍ଟଫିକେଟର ପୁନଃ ଯାଞ୍ଚ କରାଯାଉଛି ।

ଯାଞ୍ଚ ବେଳେ ଯଦି ଏହା ସତ ବୋଲି ଜଣାପଡ଼େ, ତେବେ ତାଙ୍କୁ ଚାକିରିରୁ ବିଦା କରାଯାଇପାରେ । ଟ୍ରେନି ଆଇଏଏସ୍ ପୂଜା ବିବାଦ ଘେରକୁ ଆସିବା ପରେ ଏହି ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ କେନ୍ଦ୍ର ପକ୍ଷରୁ ଗୁରୁବାର ଏକ ପ୍ୟାନେଲ ଗଠନ କରାଯାଇଛି । ମହାରାଷ୍ଟ୍ରର ପୁଣେରେ ପୂଜା ଖେଡ଼କରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଚର୍ଚ୍ଚାର ପରିସରକୁ ସେତେବେଳେ ଆସିଥିଲେ, ଯେତେବେଳେ ତାଙ୍କର ଦାମି ଡିମାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା । ୨୦୨୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଏବଂ କର୍ମଚାରୀଙ୍କ ଦାବି କରିଥିଲେ । ଜିଲ୍ଲାପାଳ ଆଇଏଏସ ସୁହାସ ଦିବାସେଙ୍କ ନିକଟରେ ସେ ଅନେକ ଥର ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ । ମାତ୍ର ଟ୍ରେନି ପିରିୟଡ (ତାଲିମ ନେବା ସମୟ)ରେ ଥିବାରୁ ତାଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇପାରିବ ନାହିଁ । ଏହା ପରେ ଜିଲ୍ଲାପାଳ ପୂଜାଙ୍କ ଏହି ଦାବି ଗୁଡିକ ସମ୍ପର୍କରେ ମହାରାଷ୍ଟ୍ରର ମୁଖ୍ୟ ସଚିବଙ୍କୁ ଅବଗତ କରାଇଥିଲେ । ଏହାପରେ ପୂଜାଙ୍କ ବଦଳି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking