32.1 C
Bhubaneswar
Thursday, February 12, 2026
Homeଓଡିଶାରୋଗୀଙ୍କୁ ମିଳୁନି ଔଷଧ , ଏକ୍ସପାଏରି ମେଡିସିନ୍ ନେବାକୁ ଡାକ୍ତରଙ୍କ ପରାମର୍ଶ

ରୋଗୀଙ୍କୁ ମିଳୁନି ଔଷଧ , ଏକ୍ସପାଏରି ମେଡିସିନ୍ ନେବାକୁ ଡାକ୍ତରଙ୍କ ପରାମର୍ଶ

ବରଗଡ଼: ଷ୍ଟୋର ରୁମରେ ଗଦା ହୋଇ ପଡିରହିଛି ଗଦା ଗଦା ଏକ୍ସପାଏରି ମେଡିସିନ୍ ଏବଂ ଡାକ୍ତର ଏହି ମେଡ଼ିସିନ ନେବାକୁ ପରାମର୍ଶ ଦେଉଛନ୍ତି । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରର ଅନେକ ମେଡିକାଲରେ ମେଡିସିନରୁ ବଞ୍ଚିତ ହେଉଛନ୍ତି ରୋଗୀ। କିନ୍ତୁ ଏଠାରେ ଗଦା ଗଦା ଏକ୍ସପାଏରି ମେଡିସିନ୍ ପଡିରହିବା ସହ ବେସରକାରୀ ଷ୍ଟୋରରୁ ମେଡିସିନ୍ ନେବାରୁ ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହେଉଛି।ରାଜ୍ୟର ବିଭିନ୍ନ ମେଡିକାଲକୁ ସରକାର ମାଗଣାରେ ଔଷଧ ଯୋଗାଉଥିବା ବେଳେ ମେଡିସିନ୍ ରୋଗୀଙ୍କ ପାଖରେ ପହଞ୍ଚିପାରୁନି। ଲକ୍ଷାଧିକ ଟଙ୍କାର ଔଷଧ ଏକ୍ସପାଏରି ହୋଇ ପଡିରହିବା ଦର୍ଶାଉଛି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳାର ଚିତ୍ର।ଅନେକ ଗରିବ ରୋଗୀ ସରକାରୀ ଚିକିତ୍ସାଳୟକୁ ଆସି ଡାକ୍ତର ଦେଖାଇ ଔଷଧ ନଥିବାରୁ ଫେରିଯାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଏଠାରେ ନଷ୍ଟ ହେଉଛି। ଭିଟାମିନ ସିରପ, ଟାବଲେଟ ଓ ଇଞ୍ଜେକସନ ଗୁଡିକ ହସ୍ପିଟାଲ ଷ୍ଟୋର ରୁମରେ ପଡି ଏକ୍ସପାଏରି ହେଉଛି। ତେବେ ରୋଗୀଙ୍କୁ ମେଡିସିନ୍ ନମିଳିଲେ ପ୍ରାଇଭେଟ୍ ଷ୍ଟୋରରୁ ଔଷଧ କିଣିବାକୁ କୁହାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବରଗଡ ସିଡିଏମଓ କହିଛନ୍ତି ସେ ଘଟଣାର ତଦନ୍ତ କରି ନିଶ୍ଚୟ କାର୍ୟ୍ୟାନୁଷ୍ଠାନ ନେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking