24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଲାଣି,ଚିନ୍ତାରେ ଡାକ୍ତର

୪୦ ଦିନରେ ୭ ଥର ସାପ କାମୁଡ଼ି ସାରିଲାଣି,ଚିନ୍ତାରେ ଡାକ୍ତର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫତେପୁରରେ ଜଣେ ଯୁବକଙ୍କୁ ଗତ ୪୦ ଦିନରେ ୭ ଥର ତାଙ୍କୁ ସାପ କାମୁଡ଼ି ସାରିଲାଣି। ଏହି ସାପ କେବଳ ପ୍ରତି ଶନିବାର କାମୁଡୁଛି ଯାହାଫଳରେ ଚିନ୍ତାରେ ଡାକ୍ତର । ତେବେ ଏହି ଯୁବକ ଜଣଙ୍କ ନାଁ ହେଉଛି ବିକାଶ ଦୁବେ। ତାଙ୍କୁ ୨୪ ବର୍ଷ ହୋଇଛି।ତାଙ୍କର ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫତେପୁର ଡାକ୍ତରଖାନାର ମୁଖ୍ୟ ବା ସିଏମ୍‌ଓ ରାଜୀବ ନାରାୟଣ ଗିରି। ସେ କହିଛନ୍ତି, ପୀଡ଼ିତ ବିକାଶ ଦୁବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇଥିଲେ। ବାରମ୍ବାର ସାପ କାମୁଡ଼ିବା ଯୋଗୁ ସେ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିସାରିଥିବା କଥା ମଧ୍ୟ କହିଥିଲେ। ସେଥିପାଇଁ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଯେତେବେଳେ ସାପ କାମୁଡ଼ିବ ସେତେବେଳେ ଯେକୌଣସି ସରକାରୀ ଡାକ୍ତରଖାନାକୁ ଯିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଛି। କାରଣ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଆଣ୍ଟି-ସ୍ନେକ ଭେନମ ମାଗଣାରେ ଯୋଗାଇ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking