24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଝରଣାରେ ଗାଧୋଇବାବେଳେ ଭାସିଗଲେ ଲୋକେ

ଝରଣାରେ ଗାଧୋଇବାବେଳେ ଭାସିଗଲେ ଲୋକେ

ବିହାର: ଝରଣାରେ ଗାଧୋଇବାବେଳେ ହଠାତ ଆସିଲା ପ୍ରଖର ସ୍ରୋତ । ପ୍ରବଳ ବର୍ଷା ହେତୁ ଝରଣାର ପ୍ରଖର ସ୍ରୋତରେ ପାଣିରେ ଭାସିଗଲେ ଲୋକେ । ଆଉ ଏହି ସମୟରେ ଦେବଦୂତ ସାଜିଲେ ବନ କର୍ମଚାରୀ । ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଭାସିଯାଉଥିବା ଲୋକମାନଙ୍କୁ ପ୍ରଖର ସ୍ରୋତରୁ ଉଦ୍ଧାର କଲେ । ତେବେ ଏପରି ଏକ ଲୋମଟାଙ୍କୁରା ଘଟଣା ବିହାର ରୋହତାସ ଜିଲ୍ଲାରେ ଘଟିଛି। ଲୋକାମମାନେ ଉକ୍ତ ଝରଣାଟିରେ ଗାଧୋଇବା ସହ ବେଶ ହସଖୁସିରେ ମାତିଥିଲେ । ହେଲେ ହଠାତ ଶୁଭିଥିଲା ଚିତ୍କାର। ଝରଣାରେ ଖୁବ୍‌ କ୍ଷୀପ୍ର ବେଗରେ ପାଣି ମାଡ଼ି ଆସିବା ସହ ଅଧିକାଂଶ ଲୋକଙ୍କୁ ଭସାଇ ନେଇଥିଲା।ଫଳରେ ଜୀବନ ବିକଳରେ ସେମାନେ ଚିତ୍କାର କରିଥିଲେ।ଏହା ଶୁଣି ସ୍ଥାନୀୟ ଲୋକ ନିକଟରେ ଥିବା ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । ଉକ୍ତ ବନ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ନିଜ ଜୀବନକୁ ପାଣି ଛଡ଼ାଇ ରଶି ସାହାଯ୍ୟରେ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲ। ଫଳରେ ସମସ୍ତଙ୍କ ଜୀବନ ରକ୍ଷା ହୋଇ ପାରିଥିବା ବେଳେ ବନ କର୍ମଚାରୀ ଜଣଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking