24.1 C
Bhubaneswar
Tuesday, March 24, 2026
Homeଓଡିଶାପଲହାଇଟ ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ପଲହାଇଟ ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର – ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଦେଇଯାଇଥିବା ଜାତୀୟ ରାଜପଥ ନଂ-୧୬ରେ ହୋଇଥିବା ଓଭରବ୍ରିଜ ସବୁ ନିମ୍ନମାନର ହୋଇଥିବାରୁ ତାହା ବିଭିନ୍ନ ସ୍ଥାନରେ ଦବିଯାଇ ଗର୍ତ ସୃଷ୍ଟି ହେବା ସହ ଯାତାୟତ କରୁଥିବା ଜାନବାହାନକୁ ବିପଦଗ୍ରସ୍ତ କରିଛି । ଏହି ବ୍ରିଜରେ ଯାତ୍ରା କରିବା ବିପଦ ସଂକୁଳ ହୋଇପଡ଼ିଛି । ଏହାର ପ୍ରତିବାଦରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ, ପ୍ରଦେଶ ଯୁବ କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ (ପଲହାଇଟ ମଲ) ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କୁଶପୁତଳିକ ଦାହ କରାଯାଇଥିଲା ।
ଏହି ଅବସରରେ ଭୁବନେଶ୍ୱରର କଂଗ୍ରେସ ଲୋକସଭା ପ୍ରାର୍ଥୀ ତଥା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ ହଂସପାଳ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଯେଉଁସବୁ ଓଭରବ୍ରିଜ ନିର୍ମାଣ ହୋଇଛି ତାହା ଅତି ନିମ୍ନମାନର । ଏଆଇପିଏଲ ନାମକ ଯେଉଁ କନ୍‌ଷ୍ଟ୍ରକସନ କମ୍ପାନୀ ଏହାର ନିର୍ମାଣ କରିଛି ସେହି କମ୍ପାନୀ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଲାଂଚ ଦେଇ ପ୍ରଭାବିତ କରିଥିବାର ଅଭିଯୋଗ ହେଉଛି । ନିକଟରେ ଆଇଗିଣିଆ ବ୍ରିଜ ଦବିଯିବା ଫଳରେ ସେଠାରେ ଏକ ମିନିଟ୍ରକ ଫସିଯିବା ଯୋଗୁଁ ୪ଘଂଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ବ୍ରିଜ ଭୁଷୁଡ଼ିପଡ଼ିବା ଭୟରେ ବ୍ରିଜ ତଳେଥିବା ଲୋକ ଗାଡ଼ି ମୋଟର ଛାଡ଼ି ପ୍ରାଣବିକଳରେ ଦୌଡ଼ି ପଳାଇଥିଲେ । ସେହିଭଳି ଭାବରେ ହଂସପାଳ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିିଭିନ୍ନ ସ୍ଥାନରେ ଛେଲା ଛାଡ଼ିବା ସହ ବାରମ୍ବାର ନବନିର୍ମିତ ବ୍ରିଜକୁ ମରାମତି କରାଯାଉଛି । କାରଣ ଏହାର ନିର୍ମାଣ ଠିକ୍ ଭାବରେ ହୋଇନାହିଁ । ଏତେ ଘଟଣା ଘଟିଲେବି ସାଂସଦ ଅପରାଜିତା ଚୁପ ରହୁଛନ୍ତି । ଏହି ଏଆଇପିଏଲ କମ୍ପାନୀ ଏବଂ ଅପରାଜିତା ଏହି ନିମ୍ନମାନର ନିର୍ମାଣପାଇଁ ଦାୟୀ । ବିଶେଷ କରି ଜାତୀୟ ରାଜପଥ ପ୍ରାଧିକରଣର ସାଧାରଣ ଯନ୍ତ୍ରୀଙ୍କ ଠାରୁ ମୁଖ୍ୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ବୁଡ଼ି ରହି ଏହି ଓଭର ବ୍ରିଜ ଗୁଡ଼ିକୁ ଏଭଳି ନିର୍ମାଣ କରିଛନ୍ତି । ଏପରିକି ଯେଉଁଠାରେ ବାଲି ଆବଶ୍ୟକ ସେଠାରେ ମାଟି ଫିଲିଂ କରାଯାଇଛି । ଏବେ ଏଥିରେ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି । ଏହି ବ୍ରିଜରେ ଭାରତର ମହାମହୀମ ରାଷ୍ଟ୍ରପତି ବ୍ରିଜ ଦବିବା କିଛି ଘଂଟା ପୂର୍ବରୁ ଗସ୍ତ କରିଥିଲେ । ସାରା ଭାରତରେ ମୋଦୀ ନିର୍ମାଣ ବା କେତେକ ବ୍ରିଜ ନିର୍ମାଣ କରି ମୋଦି ସରକାର ଯେଉଁ ବାହା ବାହା ନେଉଛନ୍ତି ସେସବୁ ବ୍ରିଜ ନିର୍ମାଣର କିଛିମାସ ପରେ ଭୁଷୁଡ଼ି ପଡ଼ୁଛି । ବିହାରରେ ଗତ ୩ ସପ୍ତାହ ମଧ୍ୟରେ ୧୩ଟି ନବନର୍ମିତ ବ୍ରିଜ ଭୁଷୁଡ଼ି ପଡ଼ିଛି । ସେହିପରି ମୋଦୀଙ୍କ ନିଜ ରାଜ୍ୟ ଗୁଜୁରାଟରେ ବାରମ୍ବାର ନୂଆ ବ୍ରିଜ ଭୁଷୁଡ଼ିପଡ଼ୁଛି । ଏ ହେଉଛି ମୋଦୀ ମାର୍କା ବିକାଶ ।
ଭୁବନେଶ୍ୱର ଓ ଖୋର୍ଦ୍ଧା ଜାତୀୟ ରାଜପଥରେ ଓଭର ବ୍ରିଜ ନିର୍ମାଣରେ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ, ଅର୍ଥ ଆତ୍ମସାତ କରିଥିବା ଜାତୀୟ ରାଜପଥ ପ୍ରାଧିକରଣର ଯନ୍ତ୍ରୀ ଓ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ତୁରନ୍ତ ଏକ ଏକ୍ସପର୍ଟ ଟିମ ଏହି ବ୍ରିଜ ନିର୍ମାଣର ଅନୁଧ୍ୟାନ କରି ଏଥିରେ ଗାଡ଼ି ମୋଟର ଯିବା ବିପଦ ସଂକୁଳ ରହିଛି କି ନାହିଁ ତାହା ଘୋଷଣା କରିବା ଦରକାର । ଆନ୍ଦୋଳନ ଶେଷରେ ଜାତୀୟ ରାଜପଥ ପ୍ରାଧିକରଣର କର୍ତୃପକ୍ଷ ଆନ୍ଦୋଳନ କାରୀଙ୍କୁ ଉଚ୍ଚସ୍ତରୀୟ ତଦନ୍ତର ପ୍ରତିଶ୍ରୁତି ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ଗଣେଶ ଦାସ, ସୋନାଲି ସାହୁ, ସୁବ୍ରତ ମହାପାତ୍ର, ନିହାର ବେହେରା, ମହମ୍ମଦ ଗୁଲଫାମ, ମିର୍ଜା ଇସଲାମ ବେଗ, ମହମ୍ମଦ ପରଭେଜ, ସୁଦୀପ ସାମଲ, ଗୋପନ ମାର୍ଥା, ସାହାରୁଖ ଖାନ, ପ୍ରସନ୍ନ ନାୟକ, ମିହିର ଆଚାର୍ଯ୍ୟ, ଆଶିଷ ମଲ୍ଲିକ, ଅନୁୱାର ଖାନ, ଦେବାଶିଷ ଦାସ, ସେକ ତାକୱିନ, ମହମ୍ମଦ ସମିଉଲ, ଅକ୍ଷୟ ଦାସ, ମନୋଜ ସାହୁ, ସେକ ଅବଦୁଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking