ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନବନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ସପୋର୍ଟ ଷ୍ଟାଫ୍ରେ ନେଦରଲାଣ୍ଡ୍ସର ପୂର୍ବତନ ଖେଳାଳି ର୍ୟାନ୍ ଟେନ୍ ଡୋଶେଟ୍ଙ୍କୁ ରଖିବାକୁ ଚାହାନ୍ତି । ଗମ୍ଭୀର ଗତ ଆଇପିଏଲ୍ ସିଜନ୍ରେ କେକେଆର୍ର ମେଣ୍ଟର୍ ଥିବାବେଳେ ଡୋଶେଟ୍ ତାଙ୍କ ସହାୟକ ଥିଲେ । କ୍ରିକ୍ବଜ୍ ରିପୋର୍ଟ ଅନୁସାରେ ଡୋଶେଟ୍ଙ୍କ ନାମ ଉପରେ ବିସିସିଆଇ ବିଚାର କରୁଥିବା ବେଳେ ଟି. ଦିଲୀପ ଫୁଲ୍ଡିଂ କୋଚ୍ ଭାବେ ଭୂମିକା ଜାରି ରଖିବାକୁ ଚାହୁଁଛି ।
ଏପରି ସ୍ଥିତିରେ ଡୋଶେଟ୍ଙ୍କୁ ଗମ୍ଭୀର କୋଚିଂ ଷ୍ଟାଫ୍ରେ ଅନ୍ୟ ଏକ ଭୂମିକାରେ ସ୍ଥାନ ମିଳିପାରେ । ସେହିପରି ଗମ୍ଭୀରଙ୍କ କେକେଆର୍ କୋଚିଂ ଷ୍ଟାଫ୍ର ଅନ୍ୟତମ ସଦସ୍ୟ ଅଭିଷେକ ନାୟର ଟିମ୍ ଇଣ୍ଡିଆର ସହାୟ କୋଚ୍ ହୋଇପାରନ୍ତି । ଆଇପିଏଲ୍ ୨୦୨୪ରେ ନାୟର କେକେଆର୍ର ବ୍ୟାଟିଂ କୋଚ୍ ଥିଲେ । ଯଦି ଗମ୍ଭୀର ଓ ବିସିସିଆଇ ଉଭୟ ନାୟର୍ ଓ ଡୋଶେଟ୍ଙ୍କୁ ଟିମ୍ର ସପୋର୍ଟରେ ଷ୍ଟାଫ୍ରେ ସାମିଲ କରନ୍ତି, ତେବେ କେକେଆର୍ କୋଚିଂ ସେଟ୍ଅପ୍ରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେବ ।