17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି

ନୂଆଦିଲ୍ଲୀ: ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା ନିଟ୍ ୟୁଜି ମାମଲାର ଶୁଣାଣି। କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପାଇନାହାନ୍ତି ପ୍ରତିପକ୍ଷ। ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ବିଭ୍ରାଟକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। କେନ୍ଦ୍ର ସରକାର ଓ ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଶୁଣାଣି କରିଥାନ୍ତେ ସୁପ୍ରିମକୋର୍ଟ। ଯେଉଁଥିରେ ପୁଣି ଥରେ ନିଟ୍ ୟୁଜି ପରୀକ୍ଷା ଆୟୋଜନ କରିବା ଉପରେ ଶୁଣାଣି ହୋଇଥାନ୍ତା। ସର୍ବୋଚ୍ଚ ନ୍ୟାୟାଳୟରେ ନିଟ୍‌-ୟୁଜି ପେପର ଲିକ୍ ମାମଲା ନେଇ ଗୁରୁବାର ହେବାକୁ ଥିବା ଶୁଣାଣି ଘୁଞ୍ଚିଲା। ଜୁଲାଇ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।ନିଟ୍‍ ପରୀକ୍ଷାକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହେବାକୁ ଥିଲା। ତେବେ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଓ ଏନଟିଏକୁ ବୁଧବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ। ଗତ ସୋମବାର ଦିନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପ୍ରଶ୍ନପତ୍ର ଲିକର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଉପରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking