17.1 C
Bhubaneswar
Wednesday, February 11, 2026
Homeଜୀବନଶୈଳୀବାସ୍ତୁଶାସ୍ତ୍ର ଅନୁସାରେ ହାତରୁ ଲୁଣ ପଡିଗଲେ କଣ ହୁଏ ଜାଣନ୍ତୁ...

ବାସ୍ତୁଶାସ୍ତ୍ର ଅନୁସାରେ ହାତରୁ ଲୁଣ ପଡିଗଲେ କଣ ହୁଏ ଜାଣନ୍ତୁ…

ଭୁବନେଶ୍ୱର : ଲୁଣ ବିନା ଖାଦ୍ୟର ସ୍ବାଦ ନାହିଁ। କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍‌ ଭାବେ ନ ରଖିଲେ ଏହା ଆମ ଜୀବନରେ କୁପ୍ରଭାବ ପକାଇଥାଏ। ଦିଲ୍ଲୀର ବାସ୍ତୁ ବିଶେଷଜ୍ଞ ସରଳା ଚୋପ୍ରାଙ୍କ ମତରେ, ବେଳେବେଳେ ହାତରୁ ଲୁଣ ପଡ଼ିଯାଇଥାଏ। ଏହାକୁ ଆମେ ଏକ ସାଧାରଣ କଥା ବୋଲି ଭାବିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଏହା ଅନେକ ସମସ୍ୟା ଆଣିଥାଏ। ଜାଣନ୍ତୁ ଏହାଦ୍ୱାରା କ’ଣ କୁପ୍ରଭାବ ପଡ଼ିଥାଏ
୧. ଅନେକ ଲୋକ ପଡ଼ୋଶୀଙ୍କ ଠାରୁ ଲୁଣ ମାଗି ଆଣିଥାନ୍ତି। ମାତ୍ର ଏମିତି କରିବା ଦ୍ୱାରା ଘରେ କଳି ସୃଷ୍ଟି ହୁଏ। ଏହା ସହ ନକରାତ୍ମକ ପ୍ରଭାବ ମଧ୍ୟ ପଡ଼େ।
୨. କେତେକ ଲୋକ ଖାଇବା ସମୟରେ ଥାଳିରେ ଲୁଣ ଛାଡ଼ିଥାନ୍ତି। ଯାହାକୁ ଫିଙ୍ଗି ଦିଆଯାଇଥାଏ। ଭୁଲରେ ଏମିତି କରିବେ ନାହିଁ। କାରଣ ଏହାଦ୍ୱାରା ଗରିବ ହୋଇଯିବେ।
୩. ଲୁଣ ହାତରୁ ପଡ଼ିଗଲେ କେବେ ଏହାକୁ ଗୋଡ଼ରେ ଠେଲି ଦିଅନ୍ତୁ ନାହିଁ। ଏପରି କଲେ ଦୁଃଖ ଭୋଗ କରିବେ।
୪. ବାସ୍ତୁଶାସ୍ତ୍ର ଅନୁସାରେ ଲୁଣକୁ କେବେ ଖୋଲା ରଖନ୍ତୁ ନାହିଁ। ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି।
୫. ଲୁଣକୁ କେବେ ବି ବାମ ହାତରେ ନିଅନ୍ତୁ ନାହିଁ। ଏହା ଦ୍ୱାରା ମାଆ ଲକ୍ଷ୍ମୀ କୋପ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking