24.1 C
Bhubaneswar
Wednesday, January 15, 2025
Homeଖେଳଅତିରିକ୍ତ ବୋନସ୍ ନେବାକୁ ମନାକଲେ ଦ୍ରାବିଡ୍‌; ବାକି କୋଚିଂ ଷ୍ଟାଫ୍‌ଙ୍କ ସମାନ ମାତ୍ର ୨.୫ କୋଟି...

ଅତିରିକ୍ତ ବୋନସ୍ ନେବାକୁ ମନାକଲେ ଦ୍ରାବିଡ୍‌; ବାକି କୋଚିଂ ଷ୍ଟାଫ୍‌ଙ୍କ ସମାନ ମାତ୍ର ୨.୫ କୋଟି ନେବେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ବିସିସିଆଇଠାରୁ ଅତିରିକ୍ତ ବୋନସ୍ ନେବାକୁ ମନା କରିଦେଇଛନ୍ତି । ଦ୍ରାବିଡ୍ ନିଜର ବାକି କୋଚିଂ ଷ୍ଟାଫ୍‌ଙ୍କ ସମାନ ପୁରସ୍କାର ରାଶି ଚାହୁଁଛନ୍ତି । ଅର୍ଥାତ୍ ଦ୍ରାବିଡ୍ ୫ କୋଟି ଟଙ୍କାର ଅଧା ୨.୫ କୋଟି ଟଙ୍କା ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି । ବିସିସିଆଇ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ଟିମ୍‌କୁ ୧୨୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଛି । ଏହି ପୁରସ୍କାର ରାଶି ଖେଳାଳି ଏବଂ କୋଚିଂ ଷ୍ଟାଫ୍‌ର ୪୨ ସଦସ୍ୟଙ୍କ ମଧ୍ୟରେ ବଣ୍ଟାଯାଇଛି । ୧୨୫ କୋଟି ମଧ୍ୟରୁ ଟିମ୍‌ର ୧୫ ସଦସ୍ୟ ଏବଂ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କୁ ୫-୫ କୋଟି ମିଳିବାର ଅଛି । ସେହିପରି କୋଚିଂ ଷ୍ଟାଫ୍‌ର ବାକି ସଦସ୍ୟଙ୍କ ଭାଗରେ ୨.୫ କୋଟି ଟଙ୍କା ଲେଖାଏଁ ପଡ଼ୁଛି । ଟି-୨୦ ବିଶ୍ୱକପ୍‌ରେ ଦ୍ରାବିଡ୍‌ଙ୍କ ସହିତ ସପୋର୍ଟ ଷ୍ଟାଫ୍‌ରେ ବିକ୍ରମ ରାଠୋର, ପାରସ ମାହାମ୍ବେ ଏବଂ ଟି ଦିଲୀପ ସାମିଲ ଥିଲେ । ମାତ୍ର ଦ୍ରାବିଡ୍ ଏବେ ବାକି ଷ୍ଟାଫ୍‌ଙ୍କ ସମାନ ୨.୫ କୋଟି ପୁରସ୍କାର ରାଶି ଚାହୁଁଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ ବିସିସିଆଇର ଌଣେ ଅଧିକାରୀ କହିଛନ୍ତି, ରାହୁଲ ଦ୍ରାବିଡ୍ ନିଜ ସହଯୋଗୀ ଷ୍ଟାଫ୍‌ଙ୍କ ସହ ସମାନ ବୋନସ୍ ରାଶି ଚାହୁଁଛନ୍ତି । ଆମେ ତାଙ୍କ ଭାବନକୁ ସମ୍ମାନ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking