17.1 C
Bhubaneswar
Sunday, December 21, 2025
Homeଓଡିଶାଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ଏହି ବୈଠକରେ ରତ୍ନଭଣ୍ଡାର ସମ୍ପର୍କୀତ ଆଲୋଚନା ହେବ । ଆଜିର ବୈଠକ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସୁପାରିସ କରିବ କମିଟି। ରାଜ୍ୟ ସରକାରଙ୍କ ଆଦେଶ ଆସିବା ପରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଏସଓପି ପ୍ରସ୍ତୁତି ସମ୍ପର୍କିତ ଆବଶ୍ୟକ ପ୍ରସ୍ତାବ ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛି।
ପରିଚାଳନା କମିଟି ରତ୍ନଭଣ୍ଡାର ଖୋଲିବା ନେଇ ଜାରି କରିବାକୁ ଥିବା ଏସଓପିରେ ଅତିରିକ୍ତ କିଛି ପ୍ରସ୍ତାବ ଯଦି ଯୋଡ଼ିବାର ଥାଏ ଯୋଡିପାରିବ । ପରେ ଏହାକୁ ରାଜ୍ୟ ସରକାରଙ୍କୁ ନିକଟକୁ ପଠଇବେ। ଏହା ସରକାରୀ ଅନୁମୋଦନ ଲାଭ ପରେ ସେହି ଅନୁସାରେ କାମ ହେବ। ସର୍ବସମ୍ମତିକ୍ରମେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି। ଚାବିରେ ରତ୍ନଭଣ୍ଡାର ତାଲା ନ ଖୋଲିଲେ, ତାଲା ଭାଙ୍ଗି ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ବି ହୋଇଛି। ସମସ୍ତଙ୍କ ସହମତିରେ ଏ ସଂକ୍ରାନ୍ତରେ ଆବଶ୍ୟକ ଏସଓପି ପ୍ରସ୍ତୁତ ହୋଇଛି। ଏହି ସମୟରେ ଶ୍ରୀମନ୍ଦିର ସୁରକ୍ଷା ସହ ନୀତିକାନ୍ତି ଓ ଦର୍ଶନ ଯେଭଳି ପ୍ରଭାବିତ ନ ହେବ, ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking