19.1 C
Bhubaneswar
Friday, December 27, 2024
Homeଖେଳଦ୍ରାବିଡ୍‌ଙ୍କୁ ୱାର୍କ ୱାଇଫ୍ କହିଲେ ରୋହିତ; ‘ଆପଣଙ୍କୁ କୋଚ୍ ଭାବେ ପାଇବା ସୌଭାଗ୍ୟର ବିଷୟ’

ଦ୍ରାବିଡ୍‌ଙ୍କୁ ୱାର୍କ ୱାଇଫ୍ କହିଲେ ରୋହିତ; ‘ଆପଣଙ୍କୁ କୋଚ୍ ଭାବେ ପାଇବା ସୌଭାଗ୍ୟର ବିଷୟ’

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପ୍‌ଟେନ୍ ରୋହିତ ଶର୍ମା କୋଚ୍ ରାହୁଲ ଦ୍ରାବିଡ୍‌ଙ୍କୁ ନିଜର ୱାର୍କ ୱାଇଫ୍ ଭାବେ ବର୍ଣ୍ଣନା କରିଛନ୍ତି । ରୋହିତ ମଙ୍ଗଳବାର କୋଚ୍ ଦ୍ରାବିଡ୍‌ଙ୍କ ଉଦ୍ଦେଶ୍ୟରେ ଏକ ଇମୋସନାଲ୍ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ୍‌ରେ ସେ ଲେଖିଛନ୍ତି – ମୋ ପତ୍ନୀ ଆପଣଙ୍କୁ ମୋ ୱାର୍କ ୱାଇଫ୍ କହୁଛନ୍ତି ଏବଂ ଆପଣଙ୍କୁ ମୁଁ ଏପରି କହିପାରୁଥିବାରୁ ବହୁ ଭାଗ୍ୟଶାଳୀ । ୧୦ ଦିନ ପୂର୍ବେ ଟିମ୍ ଇଣ୍ଡିଆ ରୋହିତଙ୍କ ନେତୃତ୍ୱ ଏବଂ ରାହୁଲ ଦ୍ରାବିଡ୍‌ଙ୍କ କୋଚିଂରେ ଟି-୨୦ ବିଶ୍ୱକପ୍ ଜିତିଥିଲା । ଏହି ଟୁର୍ଣ୍ଣାମେଣ୍ଟ୍ ପରେ ଭାରତୀୟ କୋଚ୍ ଭାବେ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଛି । ତେଣୁ ରୋହିତ କୋଚ୍‌ଙ୍କ ନିମନ୍ତେ ଏକ ବାଦାୟୀ ପୋଷ୍ଟ କରିଛନ୍ତି ।
ରାହୁଲ ଦ୍ରାବିଡ୍ ୨୦୨୧ରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିଲେ । ୨୦୨୩ ଦିନିକିଆ ବିଶ୍ୱକପ୍ ପରେ ତାଙ୍କ ଦୁଇବର୍ଷର କାର୍ଯ୍ୟକାଳ ଶେଷ ହୋଇଥିଲା । ମାତ୍ର ବିସିସିଆଇ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ବିଶ୍ୱକପ୍ ଜିତିବା ସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ଏବଂ ସେ ଆଗକୁ ଆଉ ଚୁକ୍ତି ବଢ଼ାଇବାକୁ ଇଚ୍ଛୁକ ନାହାନ୍ତି । ଏ ସମ୍ପର୍କରେ ସେ ବିସିସିଆଇ ଅଧିକାରୀଙ୍କୁ ସୂଚୀତ ମଧ୍ୟ କରିସାରିଛନ୍ତି । ଇତିମଧ୍ୟରେ ଦ୍ରାବିଡ୍‌ଙ୍କ କୋଚିଂରେ ରୋହିତ ଶର୍ମା ୯୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହା ମଧ୍ୟରେ ୧୬ ଟେଷ୍ଟ, ୩୫ ଦିନିକିଆ ଓ ୪୩ ଟି-୨୦ ମ୍ୟାଚ୍ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking