22.1 C
Bhubaneswar
Wednesday, January 15, 2025
Homeଓଡିଶାନାଇଜର ତ୍ରୟୋଦଶ ସ୍ନାତକ ସମାରୋହରେ ସାମିଲ ହେଲେ ରାଷ୍ଟ୍ରପତି

ନାଇଜର ତ୍ରୟୋଦଶ ସ୍ନାତକ ସମାରୋହରେ ସାମିଲ ହେଲେ ରାଷ୍ଟ୍ରପତି

ଭୁବନେଶ୍ବର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ଦିଲ୍ଲୀ ଫେରିଯିବା ପୂର୍ବରୁ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ସମ୍ମାନୀତ ଅତିଥିଭାବେ ଓଡିଶାର ରାଜ୍ଯପାଳ ମାନ୍ଯବର ରଘୁବର ଦାସ, ମୂଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଛନ୍ତି ପରମାଣୁ ଉର୍ଜା ବିଭାଗର ସଚିବ ତଥା ନାଇଜର ପରିଚାଳନା କମିଟିର ଅଧ୍ଯକ୍ଷ ଡ ଅଜିତ୍ ମହାନ୍ତି। ଗତ ତିନିଦିନ ଧରି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗସ୍ତର ତୃତୀୟ ଦିନରେ ଭୁବନେଶ୍ବରରେ ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଥିଲେ ମହାମହିମ । ଅତୀତର ସ୍ମୃତି ମନେ ପକାଇ ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ ବୋଲି କହିଥିଲେ । କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଭୁବନେଶ୍ୱରରେ ପାଠ ପଢ଼ିବା ସମୟର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking