21.1 C
Bhubaneswar
Saturday, February 14, 2026
Homeଓଡିଶାଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ସୁନ୍ଦରଗଡ଼ : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଆଜି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବରସୁଆଁ ରେଞ୍ଜ ଅଧୀନ ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଯୁବକଜଣକ ହେଲେ ତିନ୍ତ ଗ୍ରାମର ପଦୁ । ସେ କାଠ ଆଣିବାକୁ ଜଙ୍ଗଲକୁ ଏକୁଟିଆ ଯାଇଥିଲେ। ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁଟି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ସହ ମୁଣ୍ଡ ହାତ ସହ ସମ୍ପୂର୍ଣ୍ଣ ଶରୀରକୁ ଝୁଣି ଦେଇଥିଲା ।। ଫଳରେ ସେଠାରେ ସେ ଅଚେତ୍ ହୋଇ ପଡିଯିବା ପରେ ଭାଲୁଟି ଘଟଣାସ୍ଥଳରୁ ଚାଲି ଯାଇଥିଲା।ଜଣେ ଗାଇ ଚରାଳି ଜଙ୍ଗଲ ଆଡକୁ ଯାଉଥିବା ବେଳେ ସେ କ୍ଷତାସ୍ତ ଅବସ୍ଥାରେ ପଦୁ ପଡ଼ିଥିବା ଦେଖି ପରିବାରବର୍ଗଙ୍କୁ ଖବର ଦେଇଥିଲେ । ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ପ୍ରଥମେ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ପଦୁଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନନ୍ତରିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking