22.1 C
Bhubaneswar
Saturday, February 14, 2026
Homeଓଡିଶାଓଲଟିଲା ଟାଟା ମ୍ୟାଜିକ ; ୯ ଯାତ୍ରୀ ଆହତ

ଓଲଟିଲା ଟାଟା ମ୍ୟାଜିକ ; ୯ ଯାତ୍ରୀ ଆହତ

ପୁରୀ : ରାସ୍ତାକଡ଼କୁ ଓଲଟିଲା ଟାଟା ମ୍ୟାଜିକ। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଭାଟବନ୍ଧ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଘର ବାଲିପାଟଣା ଥାନା ଅଠାନ୍ତର ନିକଟରେ ବୋଲି ଜଣାଯାଇଛି। ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡ଼ିରେ ୨୦ ଜଣ ଶ୍ରଦ୍ଧାଳୁ ରଥ ଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ। ଆଜି ଭୋରରୁ ଫେରିବା ବେଳେ ଟାଟା ମ୍ୟାଜିକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ। ପଛରେ ଆସୁଥିବା ଅନ୍ୟ ଏକ ଗାଡ଼ିର ଲୋକମାନେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।। ଡ୍ରାଇଭରର ଆଖି ଲାଗିଯିବା ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking