32.1 C
Bhubaneswar
Saturday, February 14, 2026
Homeଅପରାଧବାଣୀକଣ୍ଠଙ୍କ ଭଜନକୁ ପରିହାସ କଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା

ବାଣୀକଣ୍ଠଙ୍କ ଭଜନକୁ ପରିହାସ କଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା

ଭୁବନେଶ୍ୱର : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଟିକେ ଦେଖିବା ପାଇଁ ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ର । କନ୍ତୁ ଏହି ସମୟରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଭିଡିଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଓଡ଼ିଶାର ଦୁଇଜଣ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା ମହାପ୍ରଭୁଙ୍କ ଭଜନଙ୍କୁ ଅତ୍ୟନ୍ତ କଦର୍ଥ କରି ଉପହାସ ବା ଅପମାନ କରିବା ଭଳି ଗାଇବାର ଛବି ରହିଛି । ଏସବୁ କରିବାବେଳେ ସେମାନେ ହସି ହସି ଗଡ଼ି ଯାଉଛନ୍ତି ମଧ୍ୟ । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ସ୍ବର ଉଠିଛି ଓ ଅସନ୍ତୋଷ କୁହୁଳୁଛି। ଭଗନ୍ନାଥ ଭଜନକୁ ଉପହାସ କରିଥିବା ଏହି ଦୁଇ କଣ୍ଠଶିଳ୍ପୀସ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାର ଦାବି ସହିତ ସେମାନଙ୍କୁ ସାମାଜିକ ଗଣମାଧ୍ୟମରେ ଅନ୍‌ଫଲୋ ଓ ବଏକଟ୍ କରିବାକୁ ଆହ୍ବାନ ଦିଆ ଯାଇଛି । ବାଣୀକଣ୍ଠ ନିମାଇଁ ହରିଚନଙ୍କ ଲୋକପ୍ରିୟ ଭଜନ “ଆସ ଆସ ଆସ ମୋର ସରଗ ତାରା ଲୋ….’ ଅନା ଅନା କାଳିଆର ରଥ ଯାତରା ଲୋ… ” କ୍ଲାସିକ ପର୍ଯ୍ୟାୟରେ ସ୍ଵକୃତ। ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଲେଖା ଯାଇଥିବା ଏହି ଭଜନ ଓଡ଼ିଶାର ଘରେ ଘରେ ପରିଚିତ । ଗୀତ ରଚନା ସହ ସରଳ ସଂଗୀତ ସଂଯୋଜନା ଓ ନିଆରା ମଧୁର ଗାୟକ ଶୈଳୀ ପାଇଁ ଏହି ଭଜନ  ଇଷର୍ଣୀୟ ଆଦୃତି ଲାଭ କରିଛି। ଏପରି କାଳଜୟୀ ଭଜନକୁ ଓଡ଼ିଶାର ଏହି ଦୁଇ କଣ୍ଠଶିଳ୍ପୀ କଦର୍ଥ କରିଥିବା ଜଗନ୍ନାଥପ୍ରେମୀ ଅଭିଯୋଗ କରିଛନ୍ତି। ୨୬ ସେକେଣ୍ଡର ଏକ ପରିହାସମୂଳକ ଭିଡ଼ିଓ ସମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏଥିରେ ରୁକୁ ସୁନା ମୂଳଗୀତ ରଚନାକୁ କଦର୍ଥ ଓ ତାଚ୍ଛଲ୍ୟ କରି ଦ୍ୱିଅର୍ଥବୋଧକ ଗୀତ ଭାବେ ଗାଉଥିବା ବେଳେ ପାଖରେ ବସି ହସି ହସି ବେଦମ୍ ହେଉଛନ୍ତି ହ୍ୟୁମାନ ସଗରା ଚିତ୍ରରେ ଦିଶୁନଥିବା କିନ୍ତୁ ଷ୍ଟୁଡିଓରେ ଉପସ୍ଥିତ ଥିବା ଅନ୍ୟ କିଛି ବ୍ୟକ୍ତି ପାଳି ଧରୁଛନ୍ତି | ସମସ୍ତେ ହସି ହସି ପରିହାସ କରୁଛନ୍ତି | ଏ ଭିଡ଼ିଓ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ଵାସର କେନ୍ଦ୍ର ବିନ୍ଦୁ ମହାପ୍ରଭୁଙ୍କ ଭଜନକୁ ଅଶ୍ଳୀଳ ଭାବେ ଗାଇଥିବା ଦୁଇ କଣ୍ଠଶିଳ୍ପୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏନେଇ ମାନବଧିକାର କର୍ମୀ ଶିବ ସୁନ୍ଦର ସ୍ବାଇଁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ରୁକୁ ସୁନା ଓ ହ୍ୟୁମାନ ସାଗରଙ୍କ ସମେତ ଭିଡିଓରେ ଥିବା ଅନ୍ୟ ଲୋକ ଏବଂ ଗୀତ ରେକର୍ଡିଂ ହୋଇଥିବା ଷ୍ଟୁଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେହିପରି ”ଆମସ୍ୱର” ପକ୍ଷରୁ ମଧ୍ୟ ଭୁବନେଶ୍ଵରର କ୍ୟାପିଟାଲ ଥାନାରେ ଅଜି ସଂଧ୍ୟାରେ ଏତଲା ଦିଆଯାଇଛି । ଏହା ଓଡ଼ିଆ ସଂସ୍କୃତି ଓ ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ କୋଟିକୋଟି ଭକ୍ତଙ୍କ ଭାବାବେଗ ଓ ଧର୍ମ ବିଶ୍ବାସକୁ ଆଘାତ କରୁଥିବାରୁ ଏହା ବିରୁଦ୍ଧରେ ଦୁଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ଦାବି କରାଯାଇଛି । ନହେଲେ ରାଜ୍ୟବ୍ୟାପୀ ପ୍ରତିବାଦ ହେବ ବୋଲି ମଞ୍ଚ ପକ୍ଷରୁ ଦେବ ପ୍ରସାଦ ପରିଜା, ଅନୁରାଧା ଦାଶ ପ୍ରମୁଖ କହିଛନ୍ତି ସେହିପରି ସାମାଜିକ ଗଣମାଧ୍ୟମରେ ଯୁବ ବିଜେଡି ରାଜ୍ୟ ସଂପାଦକ ନୀଳାମ୍ବର ମହାନ୍ତି ହ୍ୟୁମାନ ସାଗରଙ୍କୁ ସିଧାସଳଖ ଚ୍ୟାଲେଞ୍ଜି କରିଛନ୍ତି। ଯଦି ଏଭଳି ଗୀତ ଗାଇବେ, ତେବେ ରାସ୍ତା ଉପରେ ମାଡ଼ହେବ। ଜୋତାମାଳ ପିନ୍ଧାଇ ରାସ୍ତାରେ ଚଲାଯିବ ବୋଲି ସେ କହିଛନ୍ତି । ଏନେଇ ହ୍ୟୁମାନ ସାଗରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ ଭିଡ଼ିଓ ଜାରି କରି ରୁକୁ ସୁନା କହିଛନ୍ତି, “ଭାଇରଲ ଦେଇଥିବା ଭିଡିଓ ୨୦୨୨ ମସିହାର । ନାଲିଆ ତଳେ ବାଲିଆ ଝରେ ଗୀତ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଥିଲେ କେମିତି ଲାଗିଥାନ୍ତା , ମୁଁ ତାହା ହିଁ କରୁଥିଲି। ମୁଁ ସମ୍ବଲପୁରୀରେ କୃଷ୍ଣ ଓ ଜଗନ୍ନାଥଙ୍କ ଭଜନ ଗାଇଛି ଯଦି ଜଣାଅକାଣରେ ମୁଁ ଭଗନ୍ନାଥଙ୍କର କିଛି ଅବମାନନା କରିଛି ଏବଂ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଦେଇଛି, ସେଥିପାଇଁ କ୍ଷମା ମାଗୁଛି । ବିବାଦ ମାମଲରେ ହ୍ୟୁମାନ ସାଗରଙ୍କର ପୂର୍ବରୁ କୁଖ୍ୟାତି ରହି ଆସଛି । ଏକଦା ଜଗନ୍ନାଥଙ୍କ ଭଜନ ଗାଇବେ ନାହିଁ ବୋଲି ପ୍ରତିକ୍ରିୟା ଦେଇ ସେ ବିବାଦକୁ ଆସିଥିଲେ । ସେହିପରି ପାରିବାରିକ କଳହ ଯୋଗୁ ମଧ୍ୟ ବିବାଦୀୟ ହୋଇଥିଲେ। ରୁକୁ ସୁନା ମଧ୍ୟ ବିଭିନ୍ନ ସମୟରେ ନିଜର ଗୀତ ଓ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦକୁ ଆସିଛନ୍ତି । ୨୦୧୯ ମସିହାରେ ‘ସେଲ୍‌ଫି ବେବୋ ଘଟଣାରେ ତାଙ୍କର ସନ୍ଦିଗ୍ଧ ଭୂମିକାକୁ ନେଇ ମୃତକ ଝିଅର ପରିବାର ପ୍ରଶ୍ନ ଉଠାଇଥିଲେ। କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାମରେ ଅଭିଯୋଗ ହୋଇଛି। ଏନେଇ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking