25.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଆସ୍ଥା ଭୋଟରେ ବିଜୟୀ ହେଲେ ହେମନ୍ତ ସୋରେନ

ଆସ୍ଥା ଭୋଟରେ ବିଜୟୀ ହେଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଜାମିନରୁ ଆସିବା ପରେ ସରକାର ଗଢ଼ିବାକୁ ପ୍ରସ୍ତାବ ଦେବା ସହ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୋରେନ। ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱରେ ଶାସକ ଦଳ ପାଖରେ ୪୫ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳର ଜଣେ ବିଧାୟକ ଅଛନ୍ତି।ସେପଟେ ବିଜେପି ନେତୃତ୍ୱାଧୀନ ବିରୋଧୀ ଦଳ ପାଖରେ ୩୦ ଜଣ ସଦସ୍ୟ ଅଛନ୍ତି। କିଛି ସଦସ୍ୟ ଲୋକସଭାକୁ ନିର୍ବାଚିତ ହେବା ପରେ ବର୍ତ୍ତମାନ ଆସନ ସଂଖ୍ୟା ୭୬କୁ ହ୍ରାସ ପାଇଛି। ଏଥିରୁ ସର୍ବାଧିକ ସମର୍ଥନ ସହ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରକାଶ ଥାଉକି, ଜମି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରିଥିଲା। ଗିରଫର କିଛି ଘଣ୍ଟା ପୂର୍ବରୁ ପଦରୁ ଇସ୍ତଫା ଦେଇଥିଲେ ସୋରେନ। ଏହାପରେ ଚମ୍ପାଇ ସୋରେନ ଝଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking