26.1 C
Bhubaneswar
Saturday, May 2, 2026
Homeଓଡିଶାଲଘୁଚାପ ଯୋଗୁଁ ୧୩ରୁ ବଢିବ ବର୍ଷାର ପରିମାଣ

ଲଘୁଚାପ ଯୋଗୁଁ ୧୩ରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆସନ୍ତା ୧୪ କିମ୍ବା ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ଗୋଟିଏ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ। ତେଣୁ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ୧୩ ତାରିଖରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହି ବର୍ଷା ପରବର୍ତ୍ତୀ ୪-୫ ଦିନ ପର୍ୟ୍ୟନ୍ତ ଜାରି ରହିବାକୁ ଥିବା ବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରକୋପ ରହିବା ନେଇ ସମ୍ଭାବନା ରହିଛି। ଅନ୍ୟପଟେ  ସୋମବାର ବର୍ଷାର ପ୍ରକୋପ ହ୍ରାସ ହେବା ସହ କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ତେବେ କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ରବିବାର ସୁଦ୍ଧା ରାଜ୍ୟରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking