29.1 C
Bhubaneswar
Sunday, October 6, 2024
Homeଓଡିଶାବଡ଼ଦାଣ୍ଡରେ ପହଞ୍ଚିଲେ ନବୀନ ପଟ୍ଟନାୟକ

ବଡ଼ଦାଣ୍ଡରେ ପହଞ୍ଚିଲେ ନବୀନ ପଟ୍ଟନାୟକ

ପୁରୀ : ପୁରୀରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ ନବୀନ । ହାତ ହଲାଇ ପ୍ରଶଂସକଙ୍କୁ ଜଣାଇଲେ ଅଭିବାଦନ । ସେହିପରି ପୁରୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପହଞ୍ଚିସାରିଛନ୍ତି । ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୁରୀରେ ପହଞ୍ଚିଛନ୍ତି। ୬ ତାରିଖରୁ ୯ ତାରିଖ ପର୍ଯନ୍ତ ୪ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ରଥଯାତ୍ରା ପାଇଁ ପୁରୀ ଗସ୍ତରେ ଆସିଛନ୍ତି। ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking