29.1 C
Bhubaneswar
Saturday, October 5, 2024
Homeଓଡିଶାରଥ ଯାତ୍ରା : ପୁଣି ୫୩ ବର୍ଷ ପରେ ବିରଳ ସଂଯୋଗ...

ରଥ ଯାତ୍ରା : ପୁଣି ୫୩ ବର୍ଷ ପରେ ବିରଳ ସଂଯୋଗ…

ପୁରୀ : ଆଜି ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଲୀଳାମୟୀ ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ବଡ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ତିନିଟି ରଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଛି । ଆଡପ ମଣ୍ଡପରୁ ଧାଡି ପହଣ୍ଡି କରି ତିନି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ । ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ ପ୍ରସ୍ତୁତି । କାହିଁ କେଉଁଆଡରୁ ଭକ୍ତମାନେ କାଳିଆ ସାଆନ୍ତଙ୍କୁ ଦେଖିବା ଲାଗି ପୁରୀକୁ ଧାଇଁଆସିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ୭ ଜୁଲାଇରେ ମହାପ୍ରଭୁଙ୍କର ରଥଯାତ୍ରା ଉତ୍ସବ ପାଳନ କରାଯିବ । ଏଥର ରଥଯାତ୍ରାର ପୂର୍ବଦିନ ଅର୍ଥାତ ଆଜି ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏହି ସଂଯୋଗ ୫୩ ବର୍ଷ ପରେ ଗଠିତ ହେଉଛି । ଆସନ୍ତୁ ଜାଣିବା କଣ ରହିଛି ଦୁର୍ଲଭ ସଂଯୋଗ । ପ୍ରତି ବର୍ଷ ଆଷାଢ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥିରେ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହୋଇଥାଏ । ଏଥର ଏହି ତିଥି ୭ ଜୁଲାଇ ରବିବାରଦିନ ପଡୁଛି । ହେଲେ ଏଥର ଚତୁର୍ଥ ତିଥିର କ୍ଷୟ ହେବା କାରଣରୁ ଶୁକ୍ଳ ପକ୍ଷ ଦିନ କମ ହେଉଛି । ଏହି କଥାକୁ ଧ୍ୟାନରେ ରଖି ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କରାଯାଉଥିବା ପରମ୍ପରା ବି ୭ ଜୁଲାଇରେ ପୂରଣ କରାଯିବ । ପରମ୍ପରା ଅନୁଯାୟୀ, ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ପାଳନ କରାଯାଇଥାଏ । ଏଥର ନେତ୍ର ଉତ୍ସବ ୭ ଜୁଲାଇ, ରବିବାର ଦିନ ସକାଳେ ପାଳନ କରାଯିବ ଏବଂ ସଂଧ୍ୟାରେ ରଥଯାତ୍ରା ଆରମ୍ଭ ହେବ । ରାତି ସମୟରେ ରଥଯାତ୍ରା ରୋକାଯିବ, ସେଥିପାଇଁ ୩ ରଥ ୮ ଜୁଲାଇ ଅର୍ଥାତ ସୋମବାର ଦିନ ମନ୍ଦିରରେ ପହଞ୍ଚିବେ । ଏହିପରି ୧ ଦିନ ବାହାରିବା ପରେ ରଥଯାତ୍ରା ୨ ଦିନ ପର୍ଯ୍ୟନ୍ତ ଚାଲିବ । ଏଭଳି ସଂଯୋଗ ୫୩ ବର୍ଷ ତଳେ ୧୯୭୧ ମସିହାରେ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking