33.1 C
Bhubaneswar
Saturday, October 5, 2024
Homeଓଡିଶାରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ

ରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା, ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ

ପୁରୀ: ଆଜି ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଲୀଳାମୟୀ ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ବଡ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ତିନିଟି ରଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଛି । ଆଡପ ମଣ୍ଡପରୁ ଧାଡି ପହଣ୍ଡି କରି ତିନି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ । ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ ପ୍ରସ୍ତୁତି । ଖାଲି ଯାହା ଶେଷ ସ୍ପର୍ଶ ଟିକକ ପାଉଛି । ବଡ ଦାଣ୍ଡରେ ଧାଡିରେ ଛିଡା ହେଲାଣି ତିନି ରଥ । ସୁନ୍ଦର କାରୁକାର୍ଯ୍ୟ ଓ ଝୋଟି ଚିତାରେ ଝଲସିଲାଣି ବଡ ଦାଣ୍ଡ । ସେପଟେ ତିନି ରଥର ସଜା କାମ ବି ଶେଷ ପର୍ଯ୍ୟାୟରେ । ରଥର ରଙ୍ଗ ଦୂର ଦୂର ଯାଏଁ ଝଟକିଲାଣି । ଜୀବନ୍ତ ଦିଶିଲେଣି ରଥରେ ଥିବା ସଖୀ, ପାର୍ଶ୍ବ ଦେବା ଦେବୀ ଏବଂ କଳା ଘୋଡା ଓ ଧଳା ଘୋଡା । ମହାପ୍ରଭୁଙ୍କ କାରୀଗରୀ ସେବାୟତ ମାନେ ଅତି ନିଖୁଣ ଭାବରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିଆସିଲେଣି । ଏବେ ରଥ ପଥ ବ୍ୟାକୁଳ କେବେ ବିଜେ କରିବେ ମହାପ୍ରଭୁ । ସେପଟେ ପଟିଦିଅଁଙ୍କ ପାଖରୁ ରଥଖଳାରେ ଥିବା ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଯାଇଛି । ଏହାପରେ ରଥଖଳାରୁ ସିଂହଦ୍ବାରକୁ ଆସିବେ ତିନି ରଥ । ଆସନ୍ତାକାଲି ଅର୍ଥାତ୍ ରବିବାର ମହାପ୍ରଭୁଙ୍କ ବିଜେ ପରେ ସିଂହଦ୍ବାରରୁ ଟଣାଯିବ ରଥ । ପ୍ରଥମେ ନନ୍ଦିଘୋଷ, ତା ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ଟଣାଯିବ । ଅନ୍ୟ ପକ୍ଷରେ ଅନେକ ବର୍ଷ ପରେ ଏଥର ବିରଳ ରଥଯାତ୍ରା ପାଳନ ହେବାକୁ ଯାଉଛି । ୫୩ ବର୍ଷ ପରେ ପୁଣି ଏକ ଆହ୍ବାନପୂର୍ଣ୍ଣ ରଥଯାତ୍ରା । ସେଥିପାଇଁ ୧୯୭୧ ମସିହା ଅନୁଯାୟୀ ଏଥର ମଧ୍ୟ ସେହି ସମାନ ନିତି କାନ୍ତିରେ ଗଡିବ ମହାପ୍ରଭୁଙ୍କ ରଥ । ଏଥିପାଇଁ ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ଧରି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି ।ସକାଳୁ ସକାଳୁ ନବଯୌବନ ବେଶ ଓ ନେତ୍ରୋତ୍ସବ କରାଯିବ । ତେଣୁ ଏଥର ସମୟ କମ୍ ଥିବାରୁ ଭକ୍ତ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ରହିବେ । ସେପଟେ କିନ୍ତିୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ୧ଟା ପାଖାପାଖି ହୋଇଯିବ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ହେବା ସହ ଅପରାହ୍ନ ପ୍ରାୟ ୫ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଏହାପରେ ସେଦିନ ଅର୍ଥାତ୍ ରବିବାର ସୂର୍ଯ୍ୟ ଅସ୍ତପରେ ବଡଦାଣ୍ଡରେ ଅଟକିବେ ତିନି ରଥ । ତା ପରଦିନ ଅର୍ଥାତ୍ ସୋମବାର ପୁଣି ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ପୁଣି ମାଉସୀ ଗୁଣ୍ଡିଚା ମା’ ଅଭିମୁଖେ ଗଡିବ ତିନି ଠାକୁରଙ୍କ ରଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking