33.1 C
Bhubaneswar
Saturday, October 5, 2024
Homeଖେଳୟୁରୋ କପ ଫୁଟବଲ : ସେମି ଫାଇନାଲରେ ସ୍ପେନ-ଫ୍ରାନ୍ସ ଟକ୍କର

ୟୁରୋ କପ ଫୁଟବଲ : ସେମି ଫାଇନାଲରେ ସ୍ପେନ-ଫ୍ରାନ୍ସ ଟକ୍କର

ନୂଆଦିଲ୍ଲୀ : ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ରୋମାଂଚକ ମୁକାବିଲାରେ ପର୍ତୁଗାଲକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରି ଫ୍ରାନ୍ସ ସେମିଫାଇନାଲରେ ପ୍ରବେଶ କରିଛି । ସେମିରେ ସ୍ପେନକୁ ଭେଟିବ ଫ୍ରାନ୍ସ । ପର୍ତୁଗାଲ ପୂନର୍ବାର ନିରାଶ ହୋଇଛି । ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିଥିଲା । ଉଭୟ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱୀତା ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା । ପର୍ତୁଗାଲ ପକ୍ଷରୁ କ୍ରିଷ୍ଟିଆନ ରୋନାଲ୍ଡୋ. ବି.ସିଲଭା ଓ ମେଣ୍ଡେସ ଗୋଲ ସ୍କୋର କରିଥିଲେ । ବିଜୟୀ ଦଳ ପକ୍ଷରୁ ମାସୋର ଡେମ୍ବେଲ, ୟୁସୁଫ ଫୋପାନା, ଜୁଲିଅନ କୋଣ୍ଡେ, ବ୍ରାଡଲେ ବ୍ରାକୋଲା ଓ ବର୍ଣ୍ଣାଣ୍ଡ ହେର୍ଣ୍ଣୋଣ୍ଡେଜ ଗୋଲ ସ୍କୋର କରିଥିଲେ । ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ସ୍ପେନ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଥିଲା । ସ୍ପେନ ପକ୍ଷରୁ ଡାନିୟଲ ଓଲାମୋ ଓ ମିକେଲ ମେରିନୋ ଗୋଲ ଦେଇଥିବା ବେଳେ ଫ୍ଲୋରିଆନ ୱିର୍ଜ ଗୋଟିଏ ଗୋଲ ସ୍କୋର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking