30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆତ୍ମହତ୍ୟା କଲା ରୋବଟ ; ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ଆତ୍ମହତ୍ୟା କଲା ରୋବଟ ; ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ ଘଟିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । କାମ ଚାପ ସହ୍ୟ ନ କରିପାରି ଗୋଟିଏ ରୋବଟ ଆତ୍ମହତ୍ୟା କରିଛି । ଶୁଣିଲେ ଟିକେ ଅଡୁଆ ଲାଗୁଥିଲେ ବି ସତ । ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କୋରିଆର ଗୁମି ସିଟି ପରିଷଦରେ ରୋବଟଟି ପ୍ରଶାସନିକ ଅଧିକାରୀ ଭାବେ କାମ କରୁଥିଲା। ରୋବଟ ସୁପରଭାଇଜର ଭାବେ କାମ କରୁଥିବା ଏହି ରୋବଟଟି ଗତ ଗୁରୁବାର ଅପରାହ୍ନ ୪ଟାରେ ଜୀବନ ହାରିଛି। ସେ ଅଫିସର ପାହାଚରୁ ତଳକୁ ଡେଇଁ ନିଜ ଜୀବନ ହାରିଛି। କାଉନସିଲ ବିଲଡିଂର ପ୍ରଥମ ଓ ଦ୍ୱିତୀୟ ମହଲା ମଧ୍ୟରେ ଥିବା ସିଡ଼ି ତଳୁ ତା’ର ଖଣ୍ଡବିଖଣ୍ଡିତ ଯନ୍ତ୍ରାଂଶ ମିଳିଛି। ଜୀବନ ହାରିବା ପୂର୍ବରୁ ରୋବଟଟି ଆଶ୍ଚର୍ଯ୍ୟଜନକ ଭାବେ ବ୍ୟବହାର କରୁଥିଲା। ଗୋଟିଏ ସ୍ଥାନରେ ସେ ବାରମ୍ବାର ବୁଲୁଥିଲା। ଏହାପରେ ସେ ତଳକୁ ଡେଇଁ ଜୀବନ ହାରିଥିବା କୁହାଯାଉଛି। ପରିଷଦ କାର୍ଯ୍ୟରେ ସହଯୋଗ କରୁଥିବା ରୋବଟର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚିକିତ କରିଛି। ରୋବଟଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରଶାସନିକ କାର୍ଯ୍ୟ କରୁଥିଲା। ସେ ଲୋକଙ୍କ ପାଖରେ ଯାଇ ମଧ୍ୟ ପହଞ୍ଚୁଥିଲା। ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ ଗତ ଏକ ବର୍ଷ ଧରି ଗୁମି ସହରର ବାସିନ୍ଦାଙ୍କୁ ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରି ଆସୁଥିଲା। ପାହାଚରୁ ଡେଇଁବା ପୂର୍ବରୁ ସେ ଏମିତି କିଛି ଆଚରଣ ପ୍ରଦର୍ଶନ କରିଥିଲା, ​​ଯାହା ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଏହି ରୋବଟଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୁଥିଲା। ଏହାର ନିଜସ୍ୱ ଜନସେବା କାର୍ଡ ମଧ୍ୟ ଥିଲା। ଦକ୍ଷିଣ କୋରିଆ ରୋବଟର ବ୍ୟବହାର ବେଶ ଅଧିକ। ଏଠାରେ ପ୍ରତି ୧୦ ଜଣ କର୍ମଚାରୀଙ୍କ ମଧ୍ୟରେ ଜଣେ ରୋବଟ ରହିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking