28.1 C
Bhubaneswar
Tuesday, May 5, 2026
Homeଓଡିଶାଦଶରଥପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଦଶରଥପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଯାଜପୁର : ଯାଜପୁର ଦଶରଥପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷକ ମହାସଙ୍ଘ ତରଫରୁ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ନଦା ପ୍ରସାଦ ରଣାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷକ ସଙ୍ଘର ସଭାପତି ରବୀନ୍ଦ୍ର କୁମାର ରାୟଙ୍କ ସଭାପତିତତ୍ୱ ରେ ଅନୁଷ୍ଠିତ ସମ୍ବଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଶରଥପୁର ବିଡ଼ିଓ ଆକାଶ ପଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ତହସିଲଦାର ବିକ୍ରମ କେଶରୀ ପରିଡ଼ା, ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବ୍ଲକ ପୂର୍ବତମ ଶିକ୍ଷା ଅଧିକାରୀ ରମାକାନ୍ତ ସେଠି, ଦଶରଥପୁର ଏ ଵି ଓ ତପନ କୁମାର ଦିବେଦୀ , ଅଜିତ କୁମାର ଯେନା, ସାବିତ୍ରୀ ସେଠି ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ରଣା ଜଣେ ଛାତ୍ର ବତ୍ସଳ, ପରୋପକାରୀ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଏଵିଓ ପୁଷ୍ପାଞ୍ଜଳି ନାୟକ, ଶିକ୍ଷକ ମହାସଂଘ ନେତା କମଳାକାନ୍ତ ସନ୍ଧିବିଗ୍ରହ , ନୃସିଂହ ମହାନ୍ତି, ଦଶରଥପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କାନ୍ତି କୁମାରୀ ସଙ୍ଘମିତ୍ରା ଜେନା, କୈଲାସ ଯେନା ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ରଣା ଙ୍କ ୩୮ ବର୍ଷ ଚାକିରୀ କାଳ ର ଲମ୍ବା ଜୀବକୁ ଆଲୋକପାତ କରିବା ସହ ତାଙ୍କ ଆଗାମୀ ଯିବ ସୁସ୍ଥ ଓ ନିରାମୟ ହେବା ନିମନ୍ତେ କାମନା କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଶ୍ରୀଯୁକ୍ତ ରଣାଙ୍କୁ ପଷ୍ପଗୁଛ, ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ମାନଙ୍କ ତରଫରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking