16.1 C
Bhubaneswar
Thursday, February 5, 2026
Homeଖାଦ୍ୟଆସନ୍ତୁ ଜାଣିବା କ୍ୟାପସିକମ୍ ଖାଇବାର ଫାଇଦା ବିଷୟରେ...

ଆସନ୍ତୁ ଜାଣିବା କ୍ୟାପସିକମ୍ ଖାଇବାର ଫାଇଦା ବିଷୟରେ…

ଭୁବନେଶ୍ୱର : କ୍ୟାପସିକମ୍ ଓ ସିମ୍‌ଲା ଲଙ୍କା ଗୋଟାଏ ଗୋଟାଏ ଲୋକପ୍ରିୟ ପରିବା, ଯାହା ଓଜନ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସବୁଜ, ନାଲି ଏବଂ ହଳଦିଆ ଆଦି ଅନେକ ରଙ୍ଗରେ କ୍ୟାପସିକମ୍ ଉପଲବ୍ଧ। ଏଥିରେ ସମସ୍ତ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ପରିମାଣର ଅଛି। ଯେଉଁମାନଙ୍କର ପେଟ ବଢୁଛି, ସେମାନେ ଏହାକୁ ଖାଇ ଓଜନ ହ୍ରାସ କରିପାରିବେ। ମେଟାବୋଲିକ୍ ସ୍ୱାସ୍ଥ୍ୟ ପାଇଁ କ୍ୟାପସିକମ୍ ଓ ସିମ୍‌ଲା ଲଙ୍କା ଖାଇବା ଭଲ। ବିଶେଷକରି ଯେଉଁମାନଙ୍କ ଓଜନ ବୃଦ୍ଧି ପାଉଛି ସେମାନଙ୍କ ପାଇଁ ଏହି ଦୁଇ ପରିବା ଖୁବ୍ ଉପକାରୀ। ଓଜନ ହ୍ରାସ କରିବାକୁ ଦିନସାରା କ୍ୟାଲୋରି ହ୍ରାସ କରିବାକୁ ପଡ଼େ। ଯେଉଁଥିପାଇଁ ଏପରି ଖାଦ୍ୟ ଖାଇବା ଉଚିତ ଯେଉଁଥିରେ ଅଧିକ କ୍ୟାଲୋରି ନାହିଁ । କ୍ୟାପ୍ସିକମ୍ ଓ ସିମ୍‌ଲା ଲଙ୍କାରେ ଖୁବ୍ କମ୍‌ କ୍ୟାଲୋରି ଥାଏ, ଏହା ଓଜନ ହ୍ରାସ ପାଇଁ ଉତ୍କୃଷ୍ଟ ବିକଳ୍ପ। ଏହାକୁ ଖାଇବା ଦ୍ବାରା କ୍ୟାଲୋରି ବୃଦ୍ଧିରୁ ମୁକ୍ତି ମିଳିଥାଏ। କ୍ୟାପ୍‌ସିକମ୍‌ ଓ ସିମ୍‌ଲା ଲଙ୍କା ପୁଷ୍ଟିକର ଫାଇବରରେ ଭରପୂର। ଏହା ଉତ୍ତମ ହଜମ କରିଥାଏ ଏବଂ ପେଟକୁ ଭଲ ରଖେ। ଏହି ଦୁଇ ଖାଦ୍ୟକୁ ଖାଇଲେ ଅତିରିକ୍ତ ଚର୍ବି ଶୀଘ୍ର କ୍ଷୟ ହୋଇଥାଏ। ସେଥିପାଇଁ ଏହି ପନିପରିବା ଓଜନ ହ୍ରାସ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking