37.1 C
Bhubaneswar
Monday, May 25, 2026
Homeଅପରାଧଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା

ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା

କୋଲକାତା : ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ସୂଚନା ଅନୁସାରେ, ମୃତକଙ୍କ ନାମ ପ୍ରସେନ ମଣ୍ଡଳ। ସେ ଫୋନ୍ ଚୋରି କରିଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଧରି ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶୁକ୍ରବାର ମଧ୍ୟ ରାଜ୍ୟରେ ସମାନ ଘଟଣା ଘଟିଥିଲା। କୋଲକାତାର ବୋବାଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ କରି ପିଟିପଟି ହତ୍ୟା କରାଯାଇଥିଲା। ଫୋନ୍ ଚୋରି ଅଭିଯୋଗରେ ତାଙ୍କୁ ଆକ୍ରମଣ କରାଯାଇଥିବା ପୁଲିସ କହିଛି। ମୃତକ ଜଣକ ଏକ ଇଲୋକ୍ଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ। ଏହି ହତ୍ୟାକାଣ୍ଡରେ ପୁଲିସ ୧୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking