30.1 C
Bhubaneswar
Saturday, February 14, 2026
Homeଓଡିଶାମହାପ୍ରଭୁଙ୍କୁ ଲାଗି ହେଲା ଓଷ ବା ଓଷୁଅ

ମହାପ୍ରଭୁଙ୍କୁ ଲାଗି ହେଲା ଓଷ ବା ଓଷୁଅ

ପୁରୀ : ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂରତୀ । ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ । ଆଜି ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନଙ୍କୁ ଓଷ ବା ଓଷୁଅ ଲାଗି କରାଯିବ । ଗତକାଲି ପଞ୍ଚମ ଦିନରେ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରାଯାଇଥିଲା । ତେବେ ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶୁଦ୍ଧସୁଆର ସେବକମାନେ ପ୍ରସ୍ତୁତ କରିଥିବା ଓଷୁଅକୁ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଓଷୁଅ ଲାଗି ନୀତି ଆରମ୍ଭ ହେବ । ଶ୍ରୀଅଙ୍ଗରେ ଓଷ ଲାଗି ହେଲେ ସୁସ୍ଥ ହେବେ ଶ୍ରୀଜିଉ । ତିନି ଦିନ ଧରି ମହାପ୍ରଭୁଙ୍କର ଏହି ଓଷ ଉପଚାର ଚାଲିବ । ସେପଟେ ଷଷ୍ଠ ଦିନରେ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ। ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪ଟା ୧୫ରେ ମଙ୍ଗଳ ଆଳତୀ ହୋଇଥିଲା। ଆଜି ମଙ୍ଗଳ ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ହୋଇଥିଲା। ତେବେ ଅଲାରନାଥ ପୀଠରେ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ଭକ୍ତ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking