21.1 C
Bhubaneswar
Tuesday, February 10, 2026
Homeଓଡିଶା♨️🙏🏻ଆଜିର ଅନୁଚିନ୍ତା 🙏🏻♨️

♨️🙏🏻ଆଜିର ଅନୁଚିନ୍ତା 🙏🏻♨️

ଶରୀର ସୁନ୍ଦର ରଖିବ ଯତନ
ବଇଦ ନ ନେବ ଛାଣି,
ମନ-ହୃଦୟକୁ ରଖିବ ନିର୍ମଳ
ଓକିଲ ନ ନେବ ଟାଣି ।

କଷ୍ଟ ତ ସେହି ମଣିଷ ଦେଇଥାଏ ଯାହାକୁ ଆମେ ଆପଣାର ଭାବି ଥାଉ, ନାଇଁ ତ ବାଟରେ ଗଲାବେଳେ ଅଜଣା ଲୋକ ତ ଟିକିଏ ଧକ୍କା ଲାଗିଲେ କ୍ଷମା ମାଗି ନେଇଥାନ୍ତି ।

ଜୀବନରେ ସବୁ କିଣି ପାରିବ ହେଲେ ଆଶୀର୍ବାଦ କି ଭଲପାଇବା କିଣି ପାରିବା ନାହିଁ ତାହା ଆମର କର୍ମ ଅନୁସାରେ ମିଳିଥାଏ ।*

ଯେମିତି କରିବ ସେମିତି ତୁମକୁ ନିଶ୍ଚିତ ମିଳିବ । ସେଥି ପାଇଁ କିଛି କରିବା ପୂର୍ବରୁ ଭଲ ଭାବରେ ଥରେ ଭାବି ନିଅ କରୁଥିବା କର୍ମ ଟି କେତେଦୂର ଠିକ୍।
ସମାଜରେ ଆଜିକାଲି ଧନୀହେଉ ବା ଗରୀବ, ଉଭୟଙ୍କ ସମସ୍ୟା ଦେଖାଯାଏ ଯଥା- ଗରୀବ- ଭୋକହେଲେ କ’ଣ ଖାଇବି? ଧନୀ- କ’ଣ ଖାଇଲେ ଭୋକ ଲାଗିବ? ଯୁବକ ହେଉ ବା ବୃଦ୍ଧ,ସମସ୍ୟା ଉଭୟଙ୍କର ରହିଛି। ଯୁବକ- କ’ଣ କରିବା ସମୟ ମିଳୁନି? ବୃଦ୍ଧ- କ’ଣ କରିବା ସମୟ କଟୁନି? ସାଧାରଣଲୋକ ହେଉ ବା ଅସାଧାରଣ,ସମସ୍ୟା ଉଭୟଙ୍କର ରହିଛି। ସାଧାରଣ ଲୋକ- ଆଜି କ’ଣ ପିନ୍ଧିବି?ଅସାଧାରଣ ଲୋକ- ଆଜି କ’ଣ କ’ଣ ପିନ୍ଧିବି? ସଂସାରରେ କେହିବି ସନ୍ତୁଷ୍ଟ ନୁହନ୍ତି। ଗରୀବ ଧନୀ ହେବାକୁ ଚାହୁଁଛି,ଧନୀ ସୁନ୍ଦର ହେବାକୁ ଚାହୁଁଛି।ଅବିବାହିତ ବିବାହ କରିବାକୁ ଚାହୁଁଛି, ବିବାହିତ ମରିବାକୁ ଚାହୁଁଛି।*
କେବେହେଲେ ନିଜ ବିଷୟରେ ଅନ୍ୟମାନଙ୍କୁ କୁହନ୍ତୁ ନାହିଁ।କାରଣ ଆପଣଙ୍କୁ ଯିଏ ବିଶ୍ବାସ କରୁଥିବ ତାକୁ କେବେ କିଛି କହିବାକୁ ପଡିବ ନାହିଁ ଏବଂ ଆପଣଙ୍କୁ ଯିଏ ବିଶ୍ବାସ କରୁନଥିବ ତାକୁ ଯେତେ ବୁଝେଇଲେ ମଧ୍ଯ ସେବୁଝି ବ ନାହିଁ

ଅଦ୍ଯ ମିଥୁନ ଦି୧୫ନ, ଆଷାଢ଼ କୃଷ୍ଣ ଅଷ୍ଟମୀ ଦ୨୩।୩୩ ଦିଘ ୨।୩୯,ଉତ୍ତର ଭାଦ୍ର ଦ୧୧।୧୧ ଦିଘ୯।୪୨,ମୀନ ଚନ୍ଦ୍ର ଦ୬୦ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମିଥୁନ ଦ୨/୩୬/୨୦ ଇଂଘ ୫/୧୩/୫୮ ଗତେ ଉଦୟ।
ଧନୁ ଦ୨/୨୬/୦ ଇଂଘ୬/୨୪/୪୨ ଗତେ ଅସ୍ତ ।

ଯୋଗିନୀ ଐଶାନ୍ୟେ । ଦିବା ଘ୨ ।୩୯ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯ ।୪୨ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୬।୫୪ ମଧ୍ଯେ ଘ୪।୪୬ ଗତେ ଘ୬।୫ ମଧ୍ୟେ କାଳବେଳା । ଘ୧ ।୨୮ ଗତେ ଘ୩।୭ ମଧ୍ୟେ ବାରବେଳା । ରାତ୍ରି ଘ୭।୪୬ ମଧ୍ୟଘ୩।୫୪ ଗତେ ଘ୫।୧୫ ମଧ୍ୟେ କାଳ ରାତ୍ରି । ମୃତେ ପାଦଦୋଷ | ଫଳଂ କୃଷିହାନି । ଭୂମିଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ନବମୀର ପାର୍ବଣ ଶ୍ରାଦ୍ଧ । ନାରିକେଳ (ନଡ଼ିଆ) ଦିବା ଘ୨।୩୯ ଗତେ ଅଲାବୁ (ଲାଉ) ଭକ୍ଷଣ ନିଷେଧ ।

*(ଅମୃତ) ଦିବା ଘ୨ ।୫୧ ଗତେ ଘ୫ ।୧୫ ମଧ୍ୟେ ରାତ୍ରି ଘ୭।୧୩ ଗତେ ଘ୮।୧ ମଧ୍ୟେ ଘ୧୨ ।୧ ଗତେ ଘ୨ । ୨୫ ମଧ୍ୟେ ଘ୪ ।୧ ଗତେ ଘ୫ ।୧୫ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୬।୩ ମଧ୍ଯେ ଘ୯ ।୧୫ ଗତେ ଘ୧୧ ।୩୯ ମଧ୍ୟେ ।
ରାଶି ଫଳ
ମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ।

ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।

ମିଥୁନ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।

କର୍କଟ: ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।

ସିଂହ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

କନ୍ୟା: ବନ୍ଧୁ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘରୋଇ ପରିବେଶ ଶାନ୍ତିମୟ ରହିବ। ପ୍ରେମ ବ୍ୟାପାର ପାଇଁ ଭଲ ଦିନଟିଏ।

ତୁଳା: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।

ବିଛା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।

ଧନୁ: ପିତାଙ୍କର ଆୟରେ ବୃଦ୍ଧି ହେବ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।

ମକର: ଆପଣ ନିଜ କାମ ପାଇଁ ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।

କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହା ପ୍ରତି ଆକର୍ଷିତ ହେବେ। ମହିଳାମାନେ ଜିନିଷ କିଣିବା ପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।

ମୀନ: କୌଣସି କଥା ନେଇ ଭାବପ୍ରବଣ ରହିବେ। ଅଧୁର ଥିବା କାମ ସଂପୂର୍ଣ୍ଣ ହେବ। ନାମ ଓ ଯଶ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking