18.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶନିଟ୍ ପେପର୍ ଲିକ୍ ମାମଲା : ୨ ଜଣଙ୍କୁ ଗିରଫ କଲା ସିବିଆଇ

ନିଟ୍ ପେପର୍ ଲିକ୍ ମାମଲା : ୨ ଜଣଙ୍କୁ ଗିରଫ କଲା ସିବିଆଇ

ପାଟନା : ୨ ଜଣଙ୍କୁ ଗିରଫ କଲା ସିବିଆଇ। ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ,ବିହାରର ପାଟନାରୁ ଦୁଇଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ଦୁଇ ଜଣ ହେଉଛନ୍ତି ମନିଶ କୁମାର ଏବଂ ଆଶୁତୋଷ କୁମାର। ଗିରଫ ପରେ ଏମାନଙ୍କୁ କୋର୍ଟର ହାଜର କରିଛି ସିବିଆଇ। ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ନିଟ୍‌-ୟୁଜି ପରୀକ୍ଷାରେ କେତେକ ଅନିୟମିତତା, କପି, ଜାଲିଆତି, ପ୍ରଶ୍ନପତ୍ର ପ୍ରଘଟ ଭଳି ଏକାଧିକ ଅଭିଯୋଗ ଆସିଛି। ଏହାକୁ ନେଇ ସାରା ଦେଶରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking