24.1 C
Bhubaneswar
Saturday, December 27, 2025
Homeଓଡିଶାପୁଣି ଅଜଣା ରୋଗ ନେଲା ୨ ଶିଶୁଙ୍କ ଜୀବନ

ପୁଣି ଅଜଣା ରୋଗ ନେଲା ୨ ଶିଶୁଙ୍କ ଜୀବନ

ଲକ୍ଷ୍ମୀପୁର : ପୁଣି ଲକ୍ଷ୍ମୀପୁରରେ ଅଜଣା ରୋଗରେ ୨ ଛୁଆଙ୍କ ମୃତ୍ୟୁ। ନାରାୟଣପାଟଣା ଅଞ୍ଚଳର ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାରାୟଣପାଟଣା ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଏମକେଶିଜିରେ ମୃତ ହେଇଛି। ଏହାକୁ ମିଶାଇ ଅଜଣା ରୋଗରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଗତ ସପ୍ତାହରେ ନିକଟବର୍ତ୍ତୀ ବନ୍ଧୁଗାଁ ବ୍ଲଳର କୁମ୍ଭାରୀପୁଟରେ ଜଣେ ଶିଶୁ ଡିପଥେରିଆରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ନାରାୟଣପାଟଣା ବ୍ଲକର ଗୋତିଗୁଡାରରେ ଗାଁରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି । ସେପଟେ ଗାଁରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଅନୁଧ୍ୟାନ କରୁଛି । ସେପଟେ ନାରୟଣାପାଟଣାରେ ଅଜଣା ରୋଗରେ ତିନି ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏବେ ୨ଜଣଙ୍କ ମୃତ୍ୟୁ ହେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking