21.1 C
Bhubaneswar
Saturday, December 6, 2025
Homeଓଡିଶାମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତିଭୂମିର ଅନୁଧ୍ୟାନ କରିଛି ନ୍ୟାସନାଲ ମେଡିକାଲ କାଉନସିଲ

ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତିଭୂମିର ଅନୁଧ୍ୟାନ କରିଛି ନ୍ୟାସନାଲ ମେଡିକାଲ କାଉନସିଲ

ଯାଜପୁର : ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଭିତିଭୂମି ର ଅନୁଧ୍ୟାନ କରିଛି ନ୍ୟାସନାଲ ମେଡିକାଲ କାଉନସିଲ। କାଉନସିଲର 3 ଜଣିଆ ସ୍ୱତନ୍ତ୍ର ଟିମ ପହଂଚି ବିଭିନ୍ନ ଭିତ୍ତିଭୂମି ଯାଞ୍ଚ କରି ପେଂରିଯାଇଛନ୍ତି । ଚଳିତ ଶିକ୍ଷାବର୍ଷରୁ ଯଯାତି କେଶରୀ ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ ଏବଂ ଏହା ପୂର୍ବରୁ ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତିଭୂମି ଠିକ୍ ଅଛି କି ନାହିଁ ସେ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଏହି ଟିମ ପକ୍ଷରୁ ମଗାଯାଇଥିବା ବିଭିନ୍ନ ସୂଚନା ଓ ଅନ୍ୟାନ୍ୟ ସହଯୋଗ ମେଡ଼ିକାଲ କଲେଜ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଡାକ୍ତର ଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଠାରୁ ଆରମ୍ଭ କରି ବେଡ ସଂଖ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଭିତିଭୂମି ର ଯାଂଚ କରାଯାଇଥିଲା । ଏହି ଯାଂଚ ସମୟରେ ମେଡିକାଲ କଲେଜର ଡିନ ସିତାରାମ ମହାପାତ୍ର ଙ୍କ ସମେତ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶିବାଶିଷ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଂଚଳ ବୁଲାଇ ଦେଖାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking