28.1 C
Bhubaneswar
Sunday, September 29, 2024
Homeଓଡିଶାରଥଯାତ୍ରା ନୀତି ନିର୍ଘଣ୍ଟକୁ ଅନୁମୋଦନ

ରଥଯାତ୍ରା ନୀତି ନିର୍ଘଣ୍ଟକୁ ଅନୁମୋଦନ

ପୁରୀ : ରଥଯାତ୍ରା ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ । ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଛତିଶା ନିଯୋଗର ନିର୍ଦ୍ଧାରିତ ନୀତ ନିର୍ଘଣ୍ଟକୁ ଅନୁମୋଦନ । ବ୍ୟବସ୍ଥାବଳୀକୁ ମଧ୍ୟ ପରିଚାଳନା କମିଟି ଅନୁମୋଦନ କରିଛି । ପୁରୁଣା ରେକର୍ଡ୍ସକୁ ଡିଜିଟାଇଜେସନ କରାଯିବାକୁ ନିଷ୍ପତ୍ତି । ଆସନ୍ତା ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ । ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ । ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ । ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବାବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ । ସେହିପରି ସେହିଦିନ ସନ୍ଧ୍ୟାଧୂପ ପରେ ଅପରାହ୍ନ ୫ଟାରେ ଧ୍ବଜା ଆଜ୍ଞାମାଳ ବିଜେ ହେବ । ସେହିପରି ଜୁଲାଇ ୭ରେ ରାତ୍ର ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୭ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ । ଦିନ ୧୧ଟାରେ ରଥ ପ୍ରତିଷ୍ଠା, ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ଶେଷ ହେବ । ଏହାପରେ ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ବାରା ଛେରାପହଁରା ନୀତି ଅନୁଷ୍ଠିତ ହେବାପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking