ନୂଆପଡା : ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର । ନୂଆପଡା ଜିଲ୍ଲାର ଘଟିଛି ଏଭଳି ଘଟଣା । ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗାଁ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ । ଶିଶୁଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର କକ୍ଷରେ ରଖାଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଶିଶୁଟିର ସ୍ୱସ୍ଥ୍ୟବସ୍ଥା ଭଲଥିବାର ଜଣାପଡିଛି । ତେବେ ଏହି ଶିଶୁପୁତ୍ରକୁ କିଏ ଏବଂ କାହିଁକି ଫିଙ୍ଗିଛି ତାହା ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।