21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଭୀଷଣ ଅଗ୍ନିକାଣ୍ଡ : ୪ ମୃତ

ଭୀଷଣ ଅଗ୍ନିକାଣ୍ଡ : ୪ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରେମ ନଗର ଅଞ୍ଚଳରେ ଏକ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଭୋର୍‌ ପ୍ରାୟ ୩ଟା ୩୦ ସମୟରେ ନିଆଁ ଲାଗିଥିଲା। ସୂଚନା ଅନୁସାରେ, ନଜଫଗଡ଼ର ପ୍ରେମ ନଗର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଘରେ ଅଗ୍ନିକାଣ୍ଡ ଘଟି ଦମ୍ପତିଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଇନ୍‌ଭର୍ଟରରେ ସର୍ଟ ସର୍କିଟ୍‌ କାରଣରୁ ନିଆଁ ଲାଗିଥିଲା। ଘଟଣା ସମୟରେ ପରିବାର ସଦସ୍ୟ ପ୍ରଥମ ମହଲାରେ ଶୋଇଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପରିବାର ସଦସ୍ୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଉଛନ୍ତି, ହୀରା ସିଂହ, ତାଙ୍କ ପତ୍ନୀ ନୀତୁ ସିଂହ, ପୁଅ ରବିନ୍‌ ଓ ଲକ୍ଷ୍ୟ।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking