14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଆଜିିଠୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ, ଶପଥ ନେବେ ନବନିର୍ବାଚିତ ସାଂସଦ

ଆଜିିଠୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ, ଶପଥ ନେବେ ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ। ପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ସକାଳ ପ୍ରାୟ ସାଢେ ୯ଟାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ଆସନ୍ତା ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking