18.1 C
Bhubaneswar
Monday, December 22, 2025
Homeଅପରାଧଶଶୁର ଘରେ ମାମୁଁ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ସାନଭାଇ

ଶଶୁର ଘରେ ମାମୁଁ ପୁଅକୁ କୁରାଢ଼ୀରେ ହାଣି ହତ୍ୟା କଲା ସାନଭାଇ

ମୟୂରଭଞ୍ଜ : ଠାକୁରମୁଣ୍ଡା ଅଞ୍ଚଳରେ ଛାଞ୍ଚଲ୍ୟ। ଘରେ ଶୋଇଥିବା ବେଳେ ମାମୁଁ ପୁଅଭାଇକୁ କୁରାଢ଼ୀରେ ହାଣି ହତ୍ୟା କଲା ସାନଭାଇ। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମରୁ। ଏହା ଅପରାହ୍ନ ୨ ଘଟିକା ସମୟରେ ଘର ଭିତରେ ଶୋଇଥିବା ବେଳେ ମାମୁଁ ପୁଅ ଭାଇକୁ କୁରାଢ଼ୀରେ ବେକକୁ ହାଣି ହତ୍ୟା କରିଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ହତ୍ୟାକାରୀକୁ ପରିବାର ଲୋକେ ଦୌଡ଼ିରେ ବାନ୍ଧି ଅଟକ ରଖିଥିବା ବେଳେ ଘଟଣା ସମ୍ପର୍କରେ ଖବରପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ତରାମରା ପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ମୁରଲୀ ଗିରିଙ୍କ ଝିଅ ଚେନ୍ନାଇରେ କାମ କରିବା ସମୟରେ ୭ ବର୍ଷ ତଳେ ବୌଦ୍ଧ ଜିଲ୍ଲା ଚମ୍ପାଗାଁ ଗ୍ରାମର ଅନିଲ ପେରା ନାମକ ଜନୈକ ଯୁବକକୁ ବିବାହ କରିଥିଲେ । ତେବେ ରଜପର୍ବ ପାଇଁ ଅନିଲ ସପରିବାର (ନିଜ ସାନଭାଇ ପରମିଲ ଓ ମାମୁଁ ପୁଅ ଭାଇ ନୀଳାଞ୍ଚଳ ମୁନାକୁ ନେଇ ଶଶୁର ଘର ହାଣ୍ଡିଫୁଟା ଗ୍ରାମକୁ ଆସିଥିଲେ। ଆଉ ଆଜି ଅପରାହ୍ନ ୨ ଟା ସମୟରେ ମାମୁଁ ପୁଅ ନିଳାଞ୍ଚଳ ଘରେ ଶୋଇ ମୋବାଇଲ ଦେଖୁଥିବା ବେଳେ ଅନିଲର ସାନଭାଇ ପରମିଲ ଏକ କୁରାଢ଼ୀ ଆଣି ଅଚାନକ ନିଳାଞ୍ଚଳର ବେକକୁ ହାଣି ଦେଇଥିଲା, ଫଳରେ ଘଟଣାସ୍ଥଳରେ ନିଳାଞ୍ଚଳର ମୃତ୍ୟୁ ଘଟିଥିଲା ।ମୃତକ ଜଣକ ବୌଦ୍ଧ ଜିଲ୍ଲା ଚମ୍ପାମାଳ ଗ୍ରାମର ବିଶ୍ୱମ୍ବର ପେରାଙ୍କ ପୁଅ ନୀଳାଞ୍ଚଳ ପେରା ନୋଲୋ ଜଣାପଡିଛି।ସେ ଅବିବାହିତ ଥିବା ଜଣାପଡିଛି l ହତ୍ୟାକାରୀର କହିବା ମୁତାବକ ନୀଳାଞ୍ଚଳ ଭାଉଜ, ଭଉଣୀ, ମାଆକୁ ସବୁ ସମୟରେ ଖରାପ ନଜରରେ ଦେଖୁଥିଲା ଯାହା ଫଳରେ ରାସ୍ତାରରୁ ସଫା କରିବା ପାଇଁ ସୁଯୋଗ ଖୋଜୁଥିଲା । ଆଉ ଆଜି ଅପରାହ୍ନ ସମୟରେ ଏକୁଟିଆ ଶୋଇ ମୋବାଇଲ ଦେଖୁଥିବା ଦେଖି ହତ୍ୟା କରିଥିବା ପୋଲିସକୁ ସୂଚନା ଦେଇଛି l ତେବେ ହତ୍ୟା କାହିଁକି କଲା ସେ ସମ୍ପର୍କରେ ସଠିକ ତଥ୍ୟ ମିଳିନଥିଲେ ମଧ୍ୟ ପାରିବାରିକ କଳହରୁ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ। ତେବେ ହତ୍ୟାକାଣ୍ଡର କାରଣ ସଠିକ ଜଣାପଡିନଥିବା ବେଳେ ପୋଲିସ ହତ୍ୟାକାରୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଏନେଇ ଠାକୁରମୁଣ୍ଡା ଥାନା ପୋଲିସ କେଶ ନମ୍ବର ୫୮ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ସାଇଣ୍ଟିଫିକ ଟିମର ସହଯୋଗ ନେଇଥିବା ବେଳେ ପରିବାର ଲୋକେ ମଧ୍ୟ ଏଠାକୁ ଆସୁଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking