22.1 C
Bhubaneswar
Friday, February 13, 2026
Homeଅପରାଧଇନ୍ଦୋରରେ ବିଜେପି ନେତାଙ୍କ ଉପରକୁ ଗୁଳିମାଡ଼

ଇନ୍ଦୋରରେ ବିଜେପି ନେତାଙ୍କ ଉପରକୁ ଗୁଳିମାଡ଼

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତା ମୋନୁ କଲ୍ୟାଣଙ୍କୁ ଗୁଳି କରି ହତ୍ୟା । ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ହିଁ ଚାଲି ଯାଇଛି ବିଜେପି ନେତାଙ୍କ ଜୀବନ । ମୋନୁ କଲ୍ୟାଣ କ୍ୟାବିନେଟ୍‌ ମନ୍ତ୍ରୀ କୌଳାଶ ବିଜୟବର୍ଗିୟଙ୍କ ଘନିଷ୍ଠ ଥିଲେ ବୋଲି କୁହାଯାଉଛି।ପୁଲିସ ସୂଚନା ମୁତାବକ, ଏମଜି ରୋଡ କମ୍ପ୍ଲେକ୍ସ ସ୍ଥିତ ଉଷା ଫାଟକର ବାସିନ୍ଦା ମୋନୁ କଲ୍ୟାଣଙ୍କ ଆଜି ସକାଳେ ଏକ ରାଲି ଥିଲା। ଏଥିପାଇଁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟାନର ଏବଂ ପୋଷ୍ଟର ଲଗାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ଚିମାନବାଗ ଛକ ନିକଟରେ ମୋନୁଙ୍କୁ ତାଙ୍କ ନମ୍ବର ମାଗିଥିଲେ।ମୋନୁ ମୋବାଇଲ୍ ବାହାର କରିବା ମାତ୍ରେ ଦୁର୍ବୃତ୍ତମାନେ ମୋନୁଙ୍କୁ ଉପାରକୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଦୁର୍ବୃତ୍ତମାନେ ୩ରୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ। ଏଥିରେ ମୋନୁଙ୍କ ଛାତିରେ ଗୁଳି ବାଜିଛି। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରେ ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତମାନେ ନିକଟରେ ଠିଆ ହୋଇଥିବା ମୋନୁଙ୍କ ସାଙ୍ଗମାନଙ୍କ ଉପରକୁ ମଧ୍ୟ ଗୁଳିମାଡ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ବଞ୍ଚି ଯାଇଛନ୍ତି।ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଛି। ସେମାନେ ହେଲେ ଅର୍ଜୁନ ପଥରୋଡ ଓ ପିୟୁଷ ପଥରୋଡ। ଏହି ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅଭିଯୁକ୍ତ ଅର୍ଜୁନ ଓ ମୋନୁଙ୍କ ମଧ୍ୟରେ କିଛି ଦିନ ପୂର୍ବେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ପାରସ୍ପରିକ ବିବାଦ ଯୋଗୁ ଏହି ଘଟଣା ଘଟିଥିବା କୁହାଯାଉଛି। ମୋନୁ କଲ୍ୟାଣ୍ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ନଗର ଉପାଧ୍ୟକ୍ଷ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking