31.1 C
Bhubaneswar
Wednesday, February 11, 2026
Homeଓଡିଶାକାନ୍ଥ ପଡି ଦାମ୍ପତି ମୃତ

କାନ୍ଥ ପଡି ଦାମ୍ପତି ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗରରେ ଘଟିଛି ଅଭାବନୀୟ ଘଟଣା । ଗାତ ଖୋଳୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଫଳରେ କାନ୍ଥ ତଳେ ଚାପି ହୋଇ ଚାଲିଗଲା ଦମ୍ପତିଙ୍କ ଜୀବନ। ସୂଚନା ଅନୁସାରେ, ସୋନପୁର ସହରର ବିବେକାନନ୍ଦନଗରରେ ଜଣେ ସ୍ଥାନୀୟ ଲୋକ ନିଜ ଘର ନିକଟରେ ବାଡ଼ ଦେବାପାଇଁ କିଛି ଶ୍ରମିକଙ୍କୁ ନେଇ ଗାତ ଖେଳୁଥିଲେ। ଶ୍ରମିକମାନେ ଗାତ ଖୋଲୁଥିବା ବେଳେ ହଠାତ ସେହି ସମୟରେ ନିକଟରେ ଥିବା ଏକ ପୁରୁଣା କାନ୍ଥ ଖସି ପଡ଼ିଥିଲା। ଫଳରେ ସେହି ଗାତ ଭିତ ଭିତରେ ଦୁଇ ଜଣ ଶ୍ରମିକ ପୋତି ହୋଇ ହୋଇ ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ବ ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରମିକମାନେ ବୀରମହାରାଜପୁର ବ୍ଳକର ବଡ଼ଖମାର ଗ୍ରାମର ହୋଇଥିବା ବେଳେ ଉଭୟ ସ୍ବାମୀ ଓ ସ୍ତ୍ରୀ ବୋଲି ମଧ୍ୟ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking