18.1 C
Bhubaneswar
Thursday, December 18, 2025
Homeଓଡିଶାମୋଦୀ ସରକାର ହିଁ ପେପର ଲିକ୍ ସରକାର- କଂଗ୍ରେସ

ମୋଦୀ ସରକାର ହିଁ ପେପର ଲିକ୍ ସରକାର- କଂଗ୍ରେସ

ଭୁବନେଶ୍ୱର – କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାର ଅନେକ ନଜିର ରହିଛି । ବିଜେପି ଶାସିତ ରାଜ୍ୟ ସରକାର ମାନଙ୍କରେ ସର୍ବାଧିକ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଏହି ମଡେଲକୁ ମୋଦୀ ସରକାର ଆପଣାଇ ବିଗତ ୭ ବର୍ଷରେ ୭୦ରୁ ଉର୍ଦ୍ଧ୍ୱ ପରୀକ୍ଷାରେ ପେପର ଲିକ ହୋଇଛି ଯଦ୍ୱାରା ୨କୋଟିରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ମାନଙ୍କର ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ୟୁଜିସି-ନେଟ ଜୁନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା । ପରେ ଏହି ପରୀକ୍ଷାକୁ ବାତିଲ କରାଯାଇ ସିବିଆଇ ତଦନ୍ତ ଚାଲିଛି । ଡାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୪ (ନିଟ୍‌)ରେ ମଧ୍ୟ ସମାନଭାବେ ବ୍ୟାପକ ଅନିୟମିତତା ଯଥା: ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ୨୪ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥିମାନଙ୍କ ଉଜ୍ଜଳ ଭବିଷ୍ୟତ ଏବେ ଅନ୍ଧକାରରେ । ଏହି ପରୀକ୍ଷାରେ ୬୭ଜଣ ଟପ୍ପର ହେବା, ଗୋଟିଏ ସେଂଟରରୁ ଏକାଧିକ ଟପ୍ପର, ଗ୍ରେସ ମାର୍କ ଦେବା ଇତ୍ୟାଦି ବ୍ୟାପକ ଅନିୟମିତତାର ଜ୍ୱଳନ୍ତ ଉଦାହରଣ । ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ଡକ୍ଟର ହେବାପାଇଁ ଆଶାବାନ୍ଧିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୋଦୀ ସରକାର ନିରାଶ କରିଛି । ଏନଟିଏର କାର୍ଯ୍ୟକାରିତା ଆଜି ସନ୍ଦେହ ଘେରରେ ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ଧରି ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟକରୁଥିବା ବେଳେ ପେପର ଲିକ୍‌କୁ ରୋକିବା ଦିଗରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏହି ଘଟଣାରେ ପାଟ୍‌ନା ପୋଲିସ ୭ଜଣକୁ ଗିରଫ କରିଛି ତନ୍ମଧ୍ୟରୁ ୪ଜଣ ପରୀକ୍ଷାର୍ଥି, ସେମାନେ ଆଗୁଆ ପ୍ରଶ୍ନପତ୍ର ପାଇବା ପୋଲିସ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି । ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଶ୍ନପତ୍ର ଲିକ ହୋଇନାହିଁ ବୋଲି ଯେଉଁ ବାହାଷ୍ପୋଟ ମାରୁଥିଲେ ଆଜି ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ସହ ନିଜର ନୈତିକତା ଆଧାରରେ ଇସ୍ତଫା ଦାବି କରିଛି କଂଗ୍ରେସ ।
ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନିଟ-ୟୁଜି, ୟୁଜିସି-ନେଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ଏକ ର‌୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ
କରାଯାଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି କେନ୍ଦ୍ରରେ ଥିବା ମୋଦୀ ସରକାର ଛାତ୍ର ବିରୋଧି ସରକାର ଅଟେ । ବିଗତ ବର୍ଷମାନଙ୍କରେ ଅନେକ ପରୀକ୍ଷାରେ ବ୍ୟାପକ ଅନିୟମିତତା ସତ୍ୱେ ଏହାକୁ ରୋକିବାରେ ଅସମର୍ଥ ହେଉଛନ୍ତି ସରକାର । ଏହି ଘଟଣାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ୱବଧାନରେ ତଦନ୍ତ ହେଲେ ପ୍ରକୃତ ଦୋଷୀ ସାମନାକୁ ଆସିବ । କଂଗ୍ରେସ ଦଳ ସଦାସର୍ବଦା ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ଠିଆ ହୋଇଛି । ଏହି ଘଟଣାର ସତ୍ୟାସତ୍ୟ ନ ଆସିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇ ଛାତ୍ରଛାତ୍ରୀ ମାନଙ୍କ ବିରୋଧରେ ହୋଇଥିବା ଅନ୍ୟାୟ ବିରୋଧରେ ଲଢ଼େଇ ଜାରିରଖିବ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ସନତ ଦାଶ, ମନୋରଞ୍ଜନ ଦାଶ, ସୁରେଶ ମହାପାତ୍ର, ରବିନ୍ଦ୍ର କୁମାର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ସନ୍ତୋଷ ଜେନା, ଜ୍ଞାନରଞ୍ଜନ ପଟ୍ଟନାୟକ, ଡ. ସ୍ମୃ୍‌ତିରଞ୍ଜନ ଲେଙ୍କା, ନିରଞ୍ଜନ ନାୟକ, ସୁବ୍ରତ ମହାପାତ୍ର, ରାଜୀବ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ଆଦିତ୍ୟ ପ୍ରିତମ ଦାସ, ଜ୍ଞାନରଞ୍ଜନ ରାଉତ, ମିତ୍ରଭାନୁ ମହପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking