30.1 C
Bhubaneswar
Wednesday, February 11, 2026
Homeଅପରାଧଥାନାରୁ ଟାଣିନେଇ ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳିଦେଲେ ଲୋକେ

ଥାନାରୁ ଟାଣିନେଇ ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳିଦେଲେ ଲୋକେ

ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖା ରାଜ୍ୟର ସ୍ବାତ ଜିଲ୍ଲା ଅଧୀନ ମଦ୍ଦନ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ସନ୍ଦିଗ୍ଧକୁ ପୁଲିସ ଆଗରୁ ଥାନାରୁ ଟାଣିଆଣି ଉତ୍ତେଜିତ ଲୋକେ ଜୀବନ୍ତ ଜାଳି ଦେଇଛନ୍ତି। ସ୍ବାତ ଜିଲ୍ଲାର ଡିପିଓ ଡ. ଜାହିଦୁଲ୍ଲା ଖାନ ଗଣମାଧ୍ୟମକୁ କହିଛନ୍ତି ହଙ୍ଗାମାରେ ୮ ଜଣ ଲୋକ ଆହତ ହୋଇଛନ୍ତି। ଧାର୍ମିକ ବୟାନ ମାମଲାରେ ପୁଲିସ ଅଭିଯୁକ୍ତକୁ ଭିଡରୁ ଉଦ୍ଧାର କରି ଥାନାକୁ ଆଣିଥିଲା। କିନ୍ତୁ ଭିଡରେ ସଂପୃକ୍ତ ଥିବା ଲୋକେ ଥାନାରେ ଆକ୍ରମଣ କରିଥିଲେ ଏବଂ ସନ୍ଦିଗ୍ଧକୁ ସେଠାରୁ ନେଇଯାଇଥିଲେ। ଡିପିଓ କହିଛନ୍ତି, ଭିଡ଼ରେ ଥିବା ଲୋକେ ପୁଲିସ ଥାନା ଓ ଥାନାରେ ଥିବା ଯାନବାହନରେ ନିଆଁ ଲଗାଇ ଦେଇଛନ୍ତି। ଏତଦ୍‌ ବ୍ୟତୀତ ସନ୍ଦିଗ୍ଧ ଅଭିଯୁକ୍ତକୁ ମଧ୍ୟ ଜୀବନ୍ତ ଜାଳି‌ ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ତେବେ ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି‌ ଯେ, ନିଆଁ ଲାଗି ସଂନ୍ଦିଗ୍ଧର ମୃତ୍ୟୁ ହେଲା ପରେ ଉତ୍ତେଜିତ ଲୋକେ ଉତ୍ସାହ ଦେଖାଯାଉଛନ୍ତି। ଅନ୍ୟ ଏକ ଭିଡିଓରେ ଅଭିଯୁକ୍ତମାନେ ଥାନା ବାହାରେ ହଙ୍ଗାମା କରୁଥିବା ଦେଖାଯାଉଛି। ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking