26.1 C
Bhubaneswar
Wednesday, February 11, 2026
Homeଓଡିଶାଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର ; ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ...

ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର ; ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି।ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking