17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକେଜ୍ରିୱାଲଙ୍କ ଜାମିନ ଉପରେ ଲାଗିଲା ରୋକ

କେଜ୍ରିୱାଲଙ୍କ ଜାମିନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ : କେଜ୍ରିୱାଲଙ୍କ ଜାମିନ ଉପରେ ଲାଗିଲା ରୋକ । ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଳୀର ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରୁ ବାହାରକୁ ବାହାରିଥାନ୍ତେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ତଳ କୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇଛି । ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଇଡି ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । କାରଣ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ, ତଳ କୋର୍ଟରେ ଏହି ମାମଲାରେ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇନଥିଲା । ଲିଖିତ ଜବାବ ରଖିବାକୁ ମଧ୍ୟ ସମୟ ମିଳିନଥିଲା । ଯାହା ଆଦୌ ଠିକ୍ ନୁହେଁ । ଏବେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି । ଇଡିର ଏଭଳି ଆଭିମୁଖ୍ୟକୁ ନେଇ ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି, ମୋଦୀ ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଦେଖନ୍ତୁ । ଏବେ ପର୍ଯ୍ୟନ୍ତ ଟ୍ରାଏଲ କୋର୍ଟର ଆଦେଶ ଆସିନାହିଁ କି ଏହାର କପି ମଧ୍ୟ ମିଳିନାହିଁ । ମୋଦୀଙ୍କ ଇଡି ହାଇକୋର୍ଟରେ କେଉଁ ଆଦେଶକୁ ଚ୍ୟାଲେଞ୍ଜ ଦେବାକୁ ପହଞ୍ଚିଛନ୍ତି । କଣ ହେଉଛି ଏ ଦେଶରେ । ପ୍ରଧାନମନ୍ତ୍ରୀ ମୋଦୀ ନ୍ୟାୟ ବ୍ୟବସ୍ଥାର ଏମିତି ମଜା କାହିଁକି ଉଡାଉଛନ୍ତି, ପୂରା ଦେଶ ଆପଣଙ୍କୁ ଦେଖୁଛି । କିଛି ଏଭଳି କହି ଉଭୟ କେନ୍ଦ୍ର ସରକାର ଓ ଇଡିକୁ କଟାକ୍ଷ କରିଛନ୍ତି ସଞ୍ଜୟ ସିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking