30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଯୋଗ କଲେ ପ୍ରଧାନମନ୍ତ୍ରୀ

ଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଡାଲ୍ ହ୍ରଦ ନିକଟରେ  ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ହୋଇଛି ଯୋଗ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରି ଯୋଗ କରିଛନ୍ତି । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ ।  ଚଳିତ ବର୍ଷ ଯୋଗ ଦିବସ୍‌ର ଥିମ୍‌ ରହିଛି ‘ଯୋଗ ସ୍ୱୟଂ ଓ ସମାଜ ପାଇଁ’ । ଏହି ଅବସରରେ ମୋଦି କହିଛନ୍ତି, ସୂଚନା ଓ ସଞ୍ଚାର ଯୁଗରେ ଧ୍ୟାନ କେନ୍ଦ୍ରିତ କରିବା ବହୁତ କଠିନ ହୋଇ ପଡ଼ିଛି। ମାତ୍ର ସାରା ବିଶ୍ୱର ଚିନ୍ତାଧାରାକୁ ବଦଳାଇ ଦେଇଛି ଯୋଗ । ବର୍ତ୍ତମାନ ଯୋଗ ଅର୍ଥନୀତି ସୃଷ୍ଟି ହୋଇଛି । ଯୋଗ ଋଷିକେଶ ଠାରୁ କାଶି ଓ କେରଳକୁ ଯୋଡ଼ିବାକୁ ନୂଆ ସଂଯୋଗ ସୃଷ୍ଟି ହେଇଛି । ଯୋଗ ଶିକ୍ଷା ପାଇଁ ସାରା ବିଶ୍ୱରୁ ପର୍ୟ୍ୟଟକ ଭାରତ ଆସୁଛନ୍ତି । ଏମିତି କି ବ୍ୟକ୍ତିଗତ ଯୋଗ ଶିକ୍ଷକ ବି ନିଯୁକ୍ତି ହେଉଛନ୍ତି । ଏସବୁ ଦେଶର ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କହିଛନ୍ତି ମୋଦି । ଯୋଗ ଯାତ୍ରା ଅନବରତ ଜାରି ରହିବା ଉଚିତ । ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ଏଥିସହ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଯୋଗର ଉପଯୋଗିତାକୁ ଲୋକେ ଅନୁଭବ କରିବା ସହ ସେମାନଙ୍କ ମଧ୍ୟରେ ଏଥିପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି।ବିଶ୍ୱର ବହୁ ଦେଶବାସୀ ଯୋଗ ପ୍ରତି ଆଗ୍ରହ ପ୍ରକାଶ କରିବା ସହ ଏହାକୁ ନିଜ ଦୈନଦିନ ଜୀବନରେ ସାମିଲ କରୁଛନ୍ତି। ଯୋଗ ଯୋଗୁ ସମାଜରେ ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବକୁ ନେଇ ରିସର୍ଚ୍ଚ ବି ଚାଲିଛି। ସାଉଦୀ ଆରବରେ ଯୋଗକୁ ଏଜୁକେଶନ ସିଷ୍ଟମରେ ସାମିଲ କରାଯାଇଛି ବୋଲି କହିଛନ୍ତି ମୋଦି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking