34.1 C
Bhubaneswar
Sunday, March 29, 2026
Homeଓଡିଶାସାପ କାମୁଡାରେ ଗଲା ମହିଳାଙ୍କ ଜୀବନ

ସାପ କାମୁଡାରେ ଗଲା ମହିଳାଙ୍କ ଜୀବନ

ରାଇରଙ୍ଗପୁର : ସାପ କାମୁଡାରେ ଗଲା ମହିଳାଙ୍କ ଜୀବନ । ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଯୋଡାମହୁଲ ଗ୍ରାମରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ ଯୋଡ଼ାମହୁଲ ଗ୍ରାମର ଅର୍ମାନ୍ ଅଲ୍ଲୀଙ୍କ ସ୍ତ୍ରୀ ସୁଜାତା ସେଠୀ ଓରଫ ମେହେକ୍ ପରବିନ୍ ରାତିରେ ଖାଇପିଇ ଶୋଇଥିଲେ। ତେବେ ହଠାତ୍ ମେହେକଙ୍କୁ ଏକ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଜାଣିବା ପରେ ସଂଗେ ସଂଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରାଇରଙ୍ଗପୁର ଟାଉନ ଥାନା ପୁଲିସ୍ ମେଡିକାଲ୍ ପହଂଚି ଶବକୁ ଜବତ କରିଥିଲା। ପୁଲିସକୁ ସନ୍ଦେହ ହେବାରୁ ବାରିପଦାରୁ ସାଇନ୍ଟିଫିକ୍ଟ ଟିମ୍ ପହଂଚି ଅଧିକ ତଦନ୍ତ କରିଛନ୍ତି। ଶବ ବ୍ୟବଛେଦ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking