32.1 C
Bhubaneswar
Saturday, September 28, 2024
Homeଅପରାଧ୫୦ରୁ ଉର୍ଦ୍ଧ୍ୱ ମେଡିକାଲକୁ ମିଳିଲା ବୋମା ବିସ୍ପୋରଣ ଧମକ

୫୦ରୁ ଉର୍ଦ୍ଧ୍ୱ ମେଡିକାଲକୁ ମିଳିଲା ବୋମା ବିସ୍ପୋରଣ ଧମକ

ମୁମ୍ବାଇ : ୫୦ରୁ ଅଧିକା ଡାକ୍ତର ଖାନାକୁ ମିଳିଛି ବୋମା ବିସ୍ପୋରଣ ଧମକ। ମୁମ୍ବାଇର ପାଖାପାଖି ୫୦ରୁ ଅଧିକା ଡାକ୍ତରଖାନାରେ ବୋମା ବିସ୍ପୋରଣର ଧମକ ମିଳିଛି । ଏହି ଧମକ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଜରିଆରେ ପୋଲିସକୁ ମିଳିଛି । ସେଥିପାଇଁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରେ କଷ୍ଟକର ହୋଇପଡିଛି । ତେବେ ଜସଲୋକ, ରାହେଜା, ସେଭେନ୍ ହିଲ୍, କୋହିନୂର , କେଇଏମ୍ , ଜେଜେ , ସେଣ୍ଟ ଜର୍ଜ ଆଦି ହସ୍ପିଟାଲ ଗୁଡିକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି । ଧମକରେ ଉଲ୍ଲେଖ ରହିଛି ଯେ, ଡାକ୍ତରଖାନା ଶର‌୍ୟ୍ୟା ତଳେ ଏବଂ ଗାଧୁଆ ଘରେ ବୋମା ରଖାଯାଇଛି। ଏହା ଯେକୌଣସି ମୂହୁର୍ତ୍ତରେ ବିସ୍ଫୋରଣ ହୋଇପାରେ। କିନ୍ତୁ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking