27.1 C
Bhubaneswar
Thursday, February 12, 2026
Homeଓଡିଶାଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହାତ

ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହାତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନାର ବିଞ୍ଜାରବେଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଭାବେ ଆହାତ । ଫଳରେ ଗୁରୁତର ଅବସ୍ଥାରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ମାନେ ହେଲେ ବିଞ୍ଜାରବେଡ଼ା ଗାଁର ମନ ମଣ୍ଡା ଓ ତାଙ୍କର ପତ୍ନୀ ବେଲ ମୁଣ୍ଡା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନା ଅନୁସାରେ,ଜଙ୍ଗଲକୁ କାଠ ଆଣିବା ପାଇଁ ସ୍ୱାମୀ ଓ ସ୍ତ୍ରୀ ଯାଇଥିଲେ। ଜଙ୍ଗଲ ଭିତରେ ଯିବା ବେଳେ ହଠାତ ଦୁଇଟି ଭାଲୁ ରାସ୍ତା ଉପରକୁ ବାହାରି ଆସିଲେ। ଭାଲୁକୁ ଦେଖି ଉଭୟ ଡରିଯାଇ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଟଙ୍କା ପଛରେ ଭାଲୁ ଯାଇ ସେମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଭାଲୁ ସେମାନଙ୍କ ମୁହଁ, ହାତ, ମୁଣ୍ଡରେ ଗଭୀର ଆଘାତ କରିଥିଲା। ଫଳରେ ସେମାନେ ଜୀବନ ବିକଳରେ ଜଙ୍ଗଲ ଭିତରୁ ପଳାଇ ଆସିଥିଲେ। ଫଳରେ ସେଠାକାର ସ୍ଥାନୀୟ ଲୋକେ ସେମାନଙ୍କୁ ଲହୁଲୁହାଣ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ଲହୁଣିପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଥମିକ ଚିକିତ୍ସା କରିବା ପରେ ଦୁଇ ଜଣ ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଅଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ବାବଦରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking