18.1 C
Bhubaneswar
Friday, February 13, 2026
Homeଓଡିଶାଇରାନରେ ଭୂକମ୍ପ: ୪ ମୃତ

ଇରାନରେ ଭୂକମ୍ପ: ୪ ମୃତ

କଶମାର : ଇରାନର ଉତ୍ତର-ପୂର୍ବ କଶମାରରେ ମଙ୍ଗଳବାର ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦ ଜଣ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ଼ କରାଯାଇଛି। କଶମାରର ରାଜ୍ୟପାଳ ହାଜାତୁଲ୍ଲାହ ଶରିୟତମାଦାରୀ ଭୂକମ୍ପରେ ମୃତାହତଙ୍କ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୪ରେ ଭୂମିକମ୍ପ ହୋଇଥିଲା। ଏହି ଭୂକମ୍ପ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଅଧିକାଂଶ ପୁରୁଣା କୋଠାକୁ ନଷ୍ଟ କରିଦେଇଛି।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ, ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି। ସରକାରୀ ଟେଲିଭିଜନରେ ଭୂକମ୍ପର କ୍ଷୟକ୍ଷତିର ଫୁଟେଜ୍ ପ୍ରସାରିତ ହୋଇଛି, ଯେଉଁଥିରେ କୋଠାଗୁଡ଼ିକ ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ ଲୋକମାନେ ଆବର୍ଜନା ହଟାଇବା ଏବଂ ରାସ୍ତାରେ କାମ କରୁଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking