16.1 C
Bhubaneswar
Thursday, February 5, 2026
Homeସ୍ୱାସ୍ଥ୍ୟଆଜି ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ

ଆଜି ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ

ଭୁବନେଶ୍ୱର : ରକ୍ତ ଜନିତ ବିଭିନ୍ନ ରୋଗ ମଧ୍ୟରୁ ସିକଲ୍ ସେଲ୍ ଡିଜିଜ୍ ଅନ୍ୟତମ। ସମଗ୍ର ବିଶ୍ୱରେ ଏହି ରୋଗ ବର୍ତ୍ତମାନ ବୃଦ୍ଧି ପାଇବାକୁ ଲାଗିଛି। ଏହା ଏକ ବଂଶଗତ ରକ୍ତ ବ୍ୟାଧି। ଏହି ରୋଗ ହେଲେ ରକ୍ତର ହିମୋଗ୍ଲୋବିନ ପ୍ରଭାବିତ ହୋଇଥାଏ। ଏହି ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୧୯କୁ ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ ରୂପେ ପାଳନ କରାଯାଏ। ତେବେ ଏହି ରୋଗ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ;

ସିକଲ୍ ସେଲ୍ ଡିଜିଜ୍ କଣ : ମୁଖ୍ୟ କାରଣ ହେଉଛି ଏଚବିବି ଜିନରେ ଏକ ଜେନେଟିକ୍ ପରିବର୍ତ୍ତନ। ପିତାମାତା କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କର ସିକଲ୍ ସେଲ୍ ଥିଲେ ରୋଗ ହେବାର ସମ୍ଭାବନା ଅଧିକ। ଜନ୍ମର ୫ରୁ ୬ ମାସ ବୟସରେ ରୋଗର ଲକ୍ଷଣ ଦେଖାଯିବା ଆରମ୍ଭ କରେ। ସମସ୍ତଙ୍କ କ୍ଷେତ୍ରରେ ସମାନ ଲକ୍ଷଣ ଦେଖାଯାଏ ନାହିଁ, ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଏ।

ସିକଲ୍ ସେଲ୍ ଡିଜିଜ୍ ଲକ୍ଷଣ : ସମସ୍ତଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉ ଥିଲେ ମଧ୍ୟ କିଛି ସାଧାରଣ ଲକ୍ଷଣ ରହିଛି। ସେଥିମଧ୍ୟରୁ ରକ୍ତହୀନତା, ଥକ୍କା, ଦୁର୍ବଳ ଲାଗିବା ଏବଂ ସାମାନ୍ୟ ଜଣ୍ଡିସ୍ ମଧ୍ୟ ହୋଇପାରେ। ଯାହା ଫଳରେ ଚର୍ମରେ ହଳଦିଆ ଏବଂ ଆଖି ଧଳା ଦେଖାଯାଏ।

ସିକଲ୍ ସେଲ୍ ଡିଜିଜ୍ ଚିକିତ୍ସା : ଏହା ଏକ ବଂଶାନୁକ୍ରମିକ ରୋଗ ହୋଇଥିବାରୁ ରୋଗକୁ ସମ୍ପୂର୍ଣ୍ଣ ମାତ୍ ଦେବା ସମ୍ଭବପର ନୁହେଁ। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ସମେତ ବିଭିନ୍ନ ଜିନ୍ ଥେରାପି ଓ ଔଷଧ ସାହାଯ୍ୟରେ ସିକଲ୍ ସେଲ୍ ଡିଜିଜ୍ ବିପଦକୁ ହ୍ରାସ କରାଯାଇ ପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking