24.1 C
Bhubaneswar
Friday, January 10, 2025
Homeଓଡିଶାରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ରଥଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜୁନ୍ ୨୨ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।‌ ତେବେ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଛତିଶାନିଯୋଗ ସେବାୟତ ପ୍ରତିନିଧି ମାନଙ୍କ ସହ ବୈଠକ କରିଛନ୍ତି ଏସପି ପିନାକ ମିଶ୍ର। ବିଗତ ବର୍ଷ ସ୍ନାନପୂର୍ଣ୍ଣିମାରେ କ’ଣ ସବୁ ସମସ୍ୟାର ସମ୍ମୁଖିନ ହୋଇଥିଲେ ସେବାୟତ ସେନେଇ ଏସ୍ପିଙ୍କୁ ଅବଗତ କରାଇଥିଲେ ଛତିଶା ନିଯୋଗର ସେବାୟତ ପ୍ରତିନିଧି। ସେପଟେ ରଥଯାତ୍ରା ସୁପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ତୁଲାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଇନମନ୍ତ୍ରୀଙ୍କ ଅଧକ୍ଷତାରେ ଆସନ୍ତା ସ୍ନାନଯାତ୍ରା ଓ ରଥଯାତ୍ରାର ସୁପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଚଳିତବର୍ଷର ରଥଯାତ୍ରା ଆୟୋଜନ ମୁଖ୍ୟ ଚ୍ୟାଲେଞ୍ଜ ହେବ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହେଉଛି। ବିନା ଦ୍ଵିଧାରେ ଠିକ ସମୟରେ ରଥଯାତ୍ରା ନୀତି ସମ୍ପର୍ଣ୍ଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ସମସ୍ତଙ୍କ ସହଯୋଗରେ ରଥଯାତ୍ରା ଶୃଙ୍ଖଳିତ କରିବାକୁ ପଡିବ। ରଥାରୂଢ ଠାକୁରଙ୍କ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ। ୧୯୭୧ ମସିହା ପରି ଚଳିତବର୍ଷ ରଥଯାତ୍ରା ଆମ ପାଇଁ ବଡ ଦାୟିତ୍ୱ। ସ୍ନାନପୂର୍ଣ୍ନିମା ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଆସନ୍ତା ୧୯ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ସମସ୍ତଙ୍କ ଲକ୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ହେଉ। ମହାପ୍ରଭୁଙ୍କ ଆର୍ଶୀବାଦରେ ରଥଯାତ୍ରା ଶୃଙ୍ଖଳିତ ହେବ। କାହାର କଣକଣ ଭୂମିକା ସେନେଇ ବୈଠକରେ ହୋଇଛି ଆଲୋଚନା।

ସେହିପରି ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ, ପାଳିଆ ସେବାୟତ ମାନେ ସହଜରେ କିଭଳି ପ୍ରବେଶ କରିପାରିବେ, ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଭକ୍ତମାନେ ମହାପ୍ରଭୁଙ୍କୁ ଭଲ ଭାବେ କିଭଳି ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି। ସେପଟେ ଲଗାତାର ରଜ ତିନିଦିନ ପୁରୀରେ ଭକ୍ତଙ୍କ ଅସମ୍ଭାଳ ଭିଡ ପାଇଁ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର। ତେବେ ପୁରୀ ବଡଦାଣ୍ଡରେ ବ୍ୟାଟେରୀ ଗାଡି ଗଡିବା ପରିବର୍ତ୍ତେ ଶ୍ରୀଦାଣ୍ଡରେ ଏହା ଗଡାଯାଉ ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟ। ସେହିପରି ଶ୍ରୀମନ୍ଦିର ଚାରିପଟେ ସେବାୟତଙ୍କ ପାଇଁ ଗାଡିଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ ପଣ୍ଡା ଦ୍ବାର ଦେଇ ଭକ୍ତଙ୍କ ଦର୍ଶନ ଓ ଗୋପାଳବଲ୍ଲଭ ନୀତି ସମୟରେ ଦର୍ଶନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking