28.1 C
Bhubaneswar
Sunday, September 29, 2024
Homeବଲିଉଡସୋନାକ୍ଷୀଙ୍କ ବାହାଘରକୁ ଆସିବେ ହନି ସିଂହ

ସୋନାକ୍ଷୀଙ୍କ ବାହାଘରକୁ ଆସିବେ ହନି ସିଂହ

ନୂଆଦିଲ୍ଲୀ : ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହ ଚର୍ଚ୍ଚା ମଧ୍ୟରେ ରାପର ହନି ସିଂ ତାଙ୍କ ନଷ୍ଟାଗ୍ରାମରେ ପୋଷ୍ଟ ଏହି ଦୁଇ ଜଣଙ୍କ ବାହାଘରକୁ ନିଶ୍ଚତ ଆସିବେ ବୋଲି ଲେଖିଛନ୍ତି। ହନି ସିଂହ ଲେଖିଛନ୍ତି ଯେ ସେ ନିଜ ପ୍ରିୟ ବନ୍ଧୁଙ୍କ ବବାହରେ ନିଶ୍ଚିତ ଯୋଗ ଦେବେ। ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଜୁନ୍ ୨୩ ତାରିଖରେ ବିବାହ କରିବେ ବୋଲି ଜଣାଯାଇଛି। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ହନି ସିଂ ଲେଖିଛନ୍ତି,ମୁଁ ଲଣ୍ଡନରେ ସୁଟିଂ କାମ ଶେଷ କରିବାକୁ ଯାଉଛି। ମୁଁ ନିଶ୍ଚିତ କରୁଛି ଯେ ମୁଁ ମୋର ସର୍ବୋତ୍ତମ ବନ୍ଧୁ ସୋନାକ୍ଷୀଙ୍କ ବିବାହରେ ଯୋଗଦେବି। ମୋ କ୍ୟାରିୟରରେ ସେ ଏକ ବଡ଼ ସମର୍ଥନ। ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। ପାୱାର୍‌ କପଲ୍‌ ସୋନା ଓ ଇକବାଲ୍‌ଙ୍କୁ ଶୁଭେଚ୍ଛା। ଭୋଲେନାଥ ଆଶୀର୍ବାଦ କରନ୍ତୁ। ସୋନାକ୍ଷୀ ସିହ୍ନା ଏବଂ ହନି ସିଂ ନିକଟରେ କାଲାଷ୍ଟାର ଟ୍ରାକରେ ଏକାଠି କାମ କରିଥିଲେ, ଯାହାକି ସୋନାକ୍ଷୀ ଏବଂ ହନି ସିଂଙ୍କ ପୂର୍ବ ଗୀତ ଦେଶୀ କାଲାକାରର ଏକ ସମ୍ପ୍ରସାରଣ ସଂସ୍କରଣ। ସୋନାକ୍ଷୀ ସିହ୍ନା ଜୁନ୍ ୨୩ ରେ ମୁମ୍ବାଇରେ ଜହିର ଇକବାଲଙ୍କୁ ବିବାହ କରିବେ ବୋଲି ଆନୁଷ୍ଠାନିକ ଘୋଷଣା ବି କରିସାରିଛନ୍ତି। ‌ସେ ପତ୍ରିକା ପରି ନିଜର ବିବାହ ନିମନ୍ତ୍ରଣ କାର୍ଡ ଛାପି ସେଥିରେ ଲେଖିଛନ୍ତି, ଗୁଜବ ସତ ହୋଇଛି। ଆମେ ୨୩ ଜୁନ୍‌ରେ ବିବାହ କରିବାକୁ ଯାଉଛୁ। ଆପଣମାନେ ଆମକୁ ଆଶୀର୍ବାଦ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking