21.1 C
Bhubaneswar
Sunday, December 22, 2024
Homeଓଡିଶା୪୭ ଡିଗ୍ରୀ ଛୁଇଁଲା ତାତି

୪୭ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରୁ ଆଜି ମଧ୍ୟ ତ୍ରାହି ମିଳିନାହିଁ। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରାକୁ ଝାଞ୍ଜି ପବନ ଜୀନଜୀବନ ଅସ୍ତବ୍ୟସ୍ତ କରିଛି। ଭୁବନେଶ୍ୱର : ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡିଶା । ୪୭ ଡିଗ୍ରୀ ଛୁଇଁଲା ତାତି, ଆଜି ଝାରସୁଗୁଡା ତାପମାତ୍ରା ୪୭ । ତେବେ ୪୫ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ ସହର । ଟିଟିଲାଗଡ ୪୬.୫, ବରଗଡ ୪୬.୩, ସମ୍ବଲପୁର ୪୬.୨, ମାଲକାନଗିରି ଓ ସୋନପୁର ୪୫.୬ ଡିଗ୍ରୀ । ଭବାନୀପାଟଣା ୪୫.୫, ବଲାଙ୍ଗିର ୪୫.୩, ହୀରାକୁଦ ୪୫.୨ । ଓଡ଼ିଶାରେ ପ୍ରବଳ ଖରା ହେଉଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ମୌସୁମୀ ଆଗୁଆ ଆସି। ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking